Odisha Link
Bridging the Missing Links in Odisha

ପାକିସ୍ତାନୀ ଟିଭିରେ ବାୟୁସେନା କମାଣ୍ଡର ଅଭିନନ୍ଦଙ୍କୁ ପରିହାସ

ନୂଆଦିଲ୍ଲୀ : ଭାରତ ସହ ପାକିସ୍ତାନ ଯେବେବି ବିଶ୍ୱକପ ଖେଳିବା ପାଇଁ ପସ୍ତୁତ ହୋଇଥାଏ ତାହାକୁ କଡା ପରାଜୟର ଶିକାର ହେବା ପାଇଁ ପଡିଥାଏ । ତେବେ ଚଳିତ ଥର ମଧ୍ୟ ଏପରି କିଛି ହେବାକୁ ଯାଉଛି। ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ ଟିଭି ଚ୍ୟାନେଲରେ ଏକ ବିଜ୍ଞାପନ ଚାଲିଛି । ଯାହାକୁ ଦେଖିଲେ ପାକିସ୍ତାନର ଚିନ୍ତାଧାରା ସମ୍ପର୍କରେ ସ୍ପଷ୍ଟ ଭାବରେ ବାରି ହେଉଛି । ପାକିସ୍ତାନ ଟିଭିରେ ବିଶ୍ୱକପକୁ ନେଇ ଏକ ଆପତ୍ତିଜନକ ପ୍ରମୋସନର ଆଡ ତିଆରି କରାଯାଇଥିବା ନେଇ ସୂଚନା ମିଳିଛି । ହେଲେ ଏହି ବିଜ୍ଞାପନରେ ଭାରତର ବାୟୁସେନା ପାଇଲଟ ଅଭିନନ୍ଦନ ବର୍ତମାନଙ୍କ ମଜାକ ଉଡାଯାଉଥିବା ନେଇ ସୂଚନା ମିଳିଛି ।
ବାୟୁସେନାର କମାଣ୍ଡ ଅଭିନନ୍ଦନଙ୍କୁ ଫେବୃଆରୀ ୨୭ରେ ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ନିଜ ହେପାଜତକୁ ନେଇଥିଲା । କିନ୍ତୁ ପରେ ଏକ ସପ୍ତାହ ମଧ୍ୟରେ ତାଙ୍କୁ ଭାରତକୁ ହସ୍ତାନ୍ତର କରାଯାଇଥିଲା । ତାଙ୍କୁ ଗିରଫ କରିବା ପରେ ପାକିସ୍ତାନ ଏକ ଭିଡିଓ ଉତ୍ତୋଳନ କରିବା ସହ ତାଙ୍କୁ ସୋଶିଆଲ ମିଡିଆରେ ଛଡା ଯାଇଥିଲା ମଧ୍ୟ । ଏହି ଭିଡିଓରେ ପାକିସ୍ତାନ ସେନା ତାଙ୍କୁ ପଚରା ଉଚରା କରାଯାଉଥିବା ଦେଖିବାକୁ ମିଳିଥିଲା । ତେବେ ବର୍ତମାନ ସମୟରେ ତାହାକୁ ନେଇ ପାକିସ୍ତାନର ‘ଜାଜ’ ଟିଭିରେ ଆପତ୍ତିଜନକ ବିଜ୍ଞାପନ ପ୍ରସ୍ତୁତ କରାଯାଇଥିବ। ନେଇ ସୂଚନା ମିଳିଛି । ଚା’ ପିଉଥିବା ସମୟରେ ଯେପରି ପାକ କର୍ମଚାରୀମାନେ ତାଙ୍କୁ ପଚରାଉଚରା କରୁଥିଲେ ଏହି ବିଜ୍ଞାପନରେ ଠିକ ସେମିତି ମ୍ୟାଚ ସମ୍ପର୍କରେ ପଚରାଯାଉଛି ।
ବିଜ୍ଞାପନରେ ଠିକ ସେହିପରି ଜଣେ ନିଶ ରଖିଥିବା ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଛି । ଏହି ବ୍ୟକ୍ତିଙ୍କ ହାତରେ ଚା କପ ମଧ୍ୟ ଥିବା ନେଇ ସୂଚନା ରହିଛି । ଯେମିତି ଅଭିନନ୍ଦନଙ୍କୁ ପାକିସ୍ତାନରେ ପଚରାଉଚରା କରାଯାଇଥିଲା । ଏମିତିକି ଅଭିନନ୍ଦଙ୍କୁ ନକଲ ମଧ୍ୟ କରାଯାଇଥିବା ନେଇ ଦେଖିବାକୁ ମିଳିଛି । ସେହି ନିଶ ଥିବା ବ୍ୟକ୍ତି ଜଣଙ୍କୁ ପଚରାଯାଉଛି ଯେ, ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚରେ ଭାରତୀୟ କ୍ରିକେଟ ଟିମର ଚୂଡାନ୍ତ ଏକାଦଶ କାହାକୁ କୁହାଯାଏ? ଯାହାର ଉତ୍ତର ସେହି ନିଶ ରଖିଥିବା ବ୍ୟକ୍ତି ଜଣକ ଦେଉଛନ୍ତି । ଏହାପରେ ସେ ବ୍ୟାଗ ରାଉଣ୍ଡର ଶଦ୍ଦ ନିକଟକୁ ଯିବା ପାଇଁ କହୁଥିବା ଦେଖିବାକୁ ମିଳିଛି ।

Comments are closed.