Odisha Link
Bridging the Missing Links in Odisha

୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଢିବନି ବିଜୁଳି ଦର

ଭୁବନେଶ୍ବର : ଏ ବର୍ଷ ଆଉ ବିଜୁଳି ଦର ବଢ଼ିବନି । ୨୦୧୯ -୨୦ ଆର୍ଥିକ ବର୍ଷ ପାଇଁ ବିଜୁଳି ଦର ଅପରିବର୍ତ୍ତିତ ରଖିଲା ବିଦ୍ୟୁତ୍ ନିୟାମକ ଆୟୋଗ (ଓ.ଇ.ଆର୍.ସି) । ଦର ବୃଦ୍ଧି ନେଇ ବିଦ୍ୟୁତ୍ ବିତରଣ କମ୍ପାନିଗୁଡ଼ିକ ପୂର୍ବରୁ ଦାବି କରିଥିଲେ । ଦର ନିର୍ଦ୍ଧାରଣ ବାବଦରେ ବସିଥିବା ବୈଠକରେ ଏନେଇ ସବିଶେଷ ଆଲୋଚନା ମଧ୍ୟ ହୋଇଥିଲା । ତେବେ ଦର ନ ବଢ଼ାଇବା ଲାଗି ଆୟୋଗ ନିଷ୍ପତ୍ତି ନେଇଛି । ଏଥିସହିତ ଡିଜିଟାଲ୍ ପେମେଣ୍ଟ କଲେ ୨ ପ୍ରତିଶତ ରିହାତି ଦେବାକୁ ଘୋଷଣା କରାଯାଇଛି ।
ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗଙ୍କ ଅନୁସାରେ, ସାଧାରଣ ଉପଭୋକ୍ତା ୫୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାର କଲେ ୨ଟଙ୍କା ୫୦ ପଇସା ଦେବେ। ୫୦ରୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବ୍ୟବହାର କଲେ ୪ ଟଙ୍କା ୩୦, ୨ଶହ ୟୁନିଟ୍ରୁ ଅଧିକ ୪ଶହ ୟୁନିଟ୍ରୁ କମ୍ ବ୍ୟବହାର କଲେ ୫ ଟଙ୍କା ୩୦ ଓ ୪ଶହ ୟୁନିଟ୍ରୁ ଅଧିକ ବ୍ୟବହାର କଲେ ୟୁନିଟ୍ ପିଛା ୫ଟଙ୍କା ୭୦ ପଇସା ଦେବାକୁ ପଡ଼ିବ।

Comments are closed.