Odisha Link
Bridging the Missing Links in Odisha

ସହିଦ ଓଡିଆ ପୁଅ ଅଜିତ୍ ସାହୁଙ୍କ ଶେଷକୃତ୍ୟ ସମ୍ପନ୍ନ

ଢେଙ୍କନାଳ : ଜନ୍ମମାଟି ଢେଙ୍କାନାଳ ବଡ଼ସୁଆଁଳରେ ସହିଦ ଅଜିତ୍ ସାହୁଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଅତ୍ୟନ୍ତ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ବୀର ପୁଅକୁ ଅନ୍ତିମ ବିଦାୟ ଦିଆଯାଇଛି।
ଶେଷକୃତ୍ୟ ସମ୍ପନ୍ନ ହେବା ପୂର୍ବରୁ ସହିଦଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଆଜି ସକାଳେ ବଡ଼ସୁଆଁଳ ଗାଁରେ ସହିଦ ଅଜିତଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଶେଷ ଦର୍ଶନ ଲାଗି ହଜାର ହଜାର ଜନତା ପହଞ୍ଚିଥିଲେ। କାମକ୍ଷାନଗରରୁ ଏକ ବିଶାଳ ଶୋଭାଯାତ୍ରାରେ ସହିଦଙ୍କୁ ତାଙ୍କ ଗାଁ ପର୍ଯ୍ୟନ୍ତ ନିଆଯାଇଥିଲା। ସହିଦଙ୍କ ଅନ୍ତିମ ଦର୍ଶନ ପାଇଁ ଜନ ସମୁଦ୍ର ସୃଷ୍ଟି ହୋଇଥିଲା। ସହିଦଙ୍କ ଶେଷ ଯାତ୍ରାରେ ବହୁ ପ୍ରଶାସନିକ ଅଧିକାରୀଙ୍କ ସହ ବିଶିଷ୍ଟ ବ୍ୟକ୍ତି ମଧ୍ୟ ସାମିଲ ହୋଇଥିଲେ।