ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିର ଉଡ଼ାଇ ଦେଲେ ମୁଣ୍ଡ

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ତ୍ରିନାଥ ବଜାର ନିକଟସ୍ଥ ବିଜୁ ସ୍କୃତି ସଂସଦ ମଧ୍ୟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ କେହି ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି । ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗତକାଲି ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ-ରାଜନଗର ମୁଖ୍ୟ ରାସ୍ତାର ତ୍ରିନାଥ ବଜାରରେ ଟାୟାର ଜାଳି ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିଲେ ମଧ୍ୟ୍ୟ ଉତ୍ତେଜନା ଲାଗି ରହିଛି ।
ସେହିପରି ଏହି ଘଟଣା ପ୍ରତିବାଦରେ ଆଜି ପଟ୍ଟାମୁଣ୍ଡାଇ ଡାକ ବଙ୍ଗଳା ଛକରେ ଵିଜୁ ଜନତା ଦଳର ଶତାଧିକ କର୍ମୀ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଜୁ ଜନତା ଦଳର ବ୍ଲକ୍ ସଭାପତି କିଶୋର ସାହୁ କହିଛନ୍ତି,“ଆମର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଦେଇଥିବା ପ୍ରତିବାଦରେ ଆମେ ପଟ୍ଟାମୁଣ୍ଡାଇରେ ଏକ ଘଣ୍ଟିଆ ରାସ୍ତାରୋକ କରିଛୁ। ଯେଉଁ ଦୁର୍ବୃତ୍ତମାନେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଛନ୍ତି ତାଙ୍କୁ ତୁରନ୍ତ ଗିରଫ କରାଯାଉ।”