Odisha Link
Bridging the Missing Links in Odisha

କ୍ରିକେଟ ବିଶ୍ବକପ୍: ଲଢିଲା ଆଫଗାନିସ୍ତାନ, ରୋମାଞ୍ଚକର ମ୍ୟାଚରେ ବିଜୟୀ ହେଲା ଟିମ୍‌ ଇଣ୍ଡିଆ

ସାଉଥାମ୍ପଟନ୍: କ୍ରିକେଟ ମହାକୁମ୍ଭ ୨୦୧୯ର ୨୮ତମ ମ୍ୟାଚରେ ବୋଲରଙ୍କ ଦମଦାର ବୋଲିଂ ବଳରେ ଲୋ ସ୍କୋରିଂ ମ୍ୟାଚରେ ୧୧ରନ୍‌ରେ ଆଫଗାନିସ୍ତାନକୁ ହରାଇଲା ଟିମ୍‌ ଇଣ୍ଡିଆ। ୨୦୧୯ କ୍ରିକେଟ ମହାକୁମ୍ଭର ପ୍ରଥମ ହ୍ୟାଟ୍ରିକ ଓ୍ବିକେଟ ନେଲେ ଟିମ୍‌ ଇଣ୍ଡିଆ ଦ୍ରୁତ ବୋଲର ମହମ୍ମଦ ସାମି। ଡେଥ୍‌ ଓଭରରେ ବୁମରା ଏବଂ ସାମିଙ୍କ ବୋଲିଂରେ ଧରାଶାୟୀ ହୋଇଥିଲା ଆଫଗାନିସ୍ତାନ। ସ୍ମିନ ଯୋଡ଼ି ଚାହାଲ ଓ କୁଲଦୀପଙ୍କ କଞ୍ଜୁସ୍‌ ବୋଲିଂ ପାଇଁ ଟିମ୍‌ ଇଣ୍ଡିଆ ଏହି ରୋମାଞ୍ଚକର ମ୍ୟାଚରେ ବିଜୟୀ ହୋଇଛି। ଲଢୁଆ ବ୍ୟାଟିଂ କରି ମଧ୍ୟ ଭାରତ ଠାରୁ ଆଫଗାନିସ୍ତାନ ହାରିଛି। ଆଜିର ମ୍ୟାଚରେ ମହମ୍ମଦ ସାମି ୯.୫ ଓଭର ବୋଲିଂ କରି ୪୦ ରନ୍‌ ଦେଇଛନ୍ତି। ଏଥି ସହିତ ସାମି ନିଜର ଶେଷ ଓଭରରେ ହ୍ୟାଟ୍ରିକ୍‌ ଓ୍ଵିକେଟ୍‌ ନେଇଛନ୍ତି। ସେ ଗୋଟିଏ ମେଡେନ ଓଭର ନେବା ସହ ୪ଟି ଓ୍ଵିକେଟ ନେଇଛନ୍ତି। ଆଫଗାନିସ୍ତାନ ୪୯.୫ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୨୧୩ ରନ୍‌ କରିଛି।ଏହା ସହ ଭାରତ ଆଜି ବିଶ୍ବକପରେ ୫୦ତମ ମ୍ୟାଚ ଜିତିବାର ସୌଭାଗ୍ୟ ଅର୍ଜନ କରିଛି।

ଦ୍ୱିତୀୟ ଇନିଂସରେ ଆଫଗାନିସ୍ତାନ ୨୨୫ ରନ୍‌ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ଟିମ୍‌ ଲଢୁଆ ବ୍ୟାଟିଂ କରିବା ସତ୍ତ୍ବେ ଏହି ମୃାଚରେ ପରାଜୟ ବରଣ କରିଛି। ଏହି ଚ୍ୟାଲେଞ୍ଜିଂ ଲକ୍ଷ୍ୟର ପିଛା କରୁଥିବା ଆଫଗାନିସ୍ତାନ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମହମ୍ମଦ ଶାମି ଆଫଗାନିସ୍ତାନ ଓପ୍ନର ହଜରତୁଲ୍ଲା ଜାଜାଇ (୧୦)ଙ୍କୁ କ୍ଲିନ୍ ବୋଲ୍ଡ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଅନ୍ୟତମ ଓପ୍ନର ତଥା କ୍ୟାପଟେନ୍ ଗୁଲବଦିନ୍ ନାଏବ ଓ ରେହମତ୍ ଶାହ ଟିମ୍ ଇଣ୍ଡିଆର ମଜଭୁତ୍ ବୋଲିଂ ଆକ୍ରମଣକୁ ଭଲ ଭାବେ ସାମ୍ନା କରିଥିଲେ। ତେବେ ସେଟ୍ ହୋଇ ଆସୁଥିବା ଏହି ଯୋଡ଼ିକୁ ହାର୍ଦ୍ଦିକ ପାଣ୍ଡ୍ୟା ଭାଙ୍ଗିବାରେ ସଫଳ ହୋଇଥିଲେ। ନାଏବ ୨୭ (୪୨ ବଲ୍, ୪୨ ବଲ୍, ୨ ଚୌକା) ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ ରେହମତ ଓ ହଶମତୁଲ୍ଲା ଶାହିଦି ତୃତୀୟ ୱିକେଟ୍ ପାଇଁ ୪୨ ରନ୍ ଯୋଡ଼ି ଟିମ୍ ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ। ଉଭୟ ବ୍ୟାଟ୍ସମ୍ୟାନଙ୍କୁ ଯଶପ୍ରୀତ ବୁମ୍ରା ଆଉଟ୍ କରି ଭାରତକୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରାଇଥିଲେ । ରେହମତ୍ ୩୬ (୩ ଚୌକା) ଓ ଶାହିଦି ୨୧ (୨ ଚୌକା) ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ତେବେ ନବି ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ହେଁ, ଟିମକୁ ଜିତାଇପାରି ନଥିଲେ। ନବିଙ୍କୁ ଅନ୍ତିମ ଓଭରରେ ଶାମି ଆଉଟ୍ କରି ଭାରତ ବିଜୟକୁ ପକ୍କା କରିଥିଲେ। ନବି ୫୫ ବଲରେ ୪ ଚୌକା ଓ ୧ ଛକା ସହ ୫୨ ରନ୍ କରି ଆଉଟ୍ ହୋଇଥିଲେ । ଇକ୍ରାମ୍ ଅଲୀ ଖିଲ୍ ୭ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ମହମ୍ମଦ ସାମି ୪ଟି ଓ୍ବିକେଟ ନେଇଥିବାବେଳେ ଯଶପ୍ରୀତ ବୁମ୍ରା, ୟୁଜବେନ୍ଦ୍ର ଚହଲ୍ ଓ ପାଣ୍ଡ୍ୟା ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

Comments are closed.