Odisha Link
Bridging the Missing Links in Odisha

ମନ୍ତ୍ରୀ ହେବା ପରେ ବି ନନାଙ୍କୁ ମିଳିନି ସରକାରୀ ଘର

ନୂଆଦିଲ୍ଲୀ: ମନ୍ତ୍ରୀ ପଦ ପାଇବାର ମାସେ ପରେ ବି କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ସରକାରୀ ଘରଟିଏ ମିଳିପାରିନାହିଁ।  ଯାହାଫଳରେ ଓଡିଶା ଭବନରେ ନନା ରହୁଛନ୍ତି । ମୋଦୀ ସରକାରଙ୍କ ମନ୍ତ୍ରିମଣ୍ଡଳରେ ଓଡିଶାରୁ ଏକମାତ୍ର ସାଂସଦ ଭାବେ ପ୍ରତାପଙ୍କୁ ସରକାରୀ ଆବାସ ସହ କାର୍ଯ୍ୟାଳୟ ପ୍ରକୋଷ୍ଠ ମିଳିପାରିନାହିଁ ।

ଯାହାଫଳରେ ଓଡିଶା ଭବନରେ ସରକାରୀ କାର୍ଯ୍ୟ କରିବା ସହ ରହୁଛନ୍ତି । କେନ୍ଦ୍ର ସରକାରଙ୍କର ଦୁଇ ଗୁରୁତ୍ୱପୂର୍ଣ୍ଣ ବିଭାଗ ଏମଏସଏମଇ ଓ ଦୁଗ୍ଧ ଉତ୍ପାଦନ, ପଶୁପାଳନ ବିଭାଗ ଦାୟିତ୍ୱରେ ଅଛନ୍ତି ପ୍ରତାପ । ଦୁଗ୍ଧ ଉତ୍ପାଦନ, ପଶୁପାଳନ ଓ ମଶ୍ଚୟ ପାଳନ ମନ୍ତ୍ରାଳୟର କାର୍ଯ୍ୟାଳୟ ଥିବାବେଳେ କୌଣସି ପ୍ରକୋଷ୍ଠ ମିଳିପାରିନାହିଁ ।ସେହିପରି ଉଦ୍ୟୋଗ ଭବନରେ ମଧ୍ୟ ପ୍ରକୋଷ୍ଠ ଖାଲି ହୋଇନଥିବାରୁ ନନାଙ୍କୁ କାର୍ଯ୍ୟ କରିବାକୁ ସୁବିଧା ହେଉନାହିଁ । ବଡ଼କଥା ନନାଙ୍କ ରହିବା ପାଇଁ ଦିଲ୍ଲୀ ବିଜେପି କାର୍ଯ୍ୟାଳୟ ନିକଟରେ ଟାଇପ ୭ ବଙ୍ଗଳା ଆବଣ୍ଟନ କରାଯାଇଥିଲା । ତଥାପି ଏହା ଖାଲି ହୋଇନଥିବାରୁ ମନ୍ତ୍ରୀ ଷଡଙ୍ଗୀଙ୍କୁ ଅପେକ୍ଷା କରିବାକୁ କୁହାଯାଇଛି ।

Comments are closed.