ଜମିରେ ଧାନ ବୁଣିଲେ ବିଧାୟକ ଡମ୍ବୁରୁ ସୀସା

ମାଲକାନଗିରି : ଭିନ୍ନ ରୂପରେ ପୂର୍ବତନ ବିଧାୟକ। ହାତରେ ଧାନ ବିହନ ଭର୍ତ୍ତି ବାଲ୍ଟି ଧରି ଚାଷ କାମରେ ଲାଗିଛନ୍ତି ଚିତ୍ରକୋଣ୍ଡାର ପୂର୍ବତନ ବିଧାୟକ ଡମ୍ବରୁ ସୀସା। ମାଲକାନଗିରି ଜିଲ୍ଲାର ଉପାନ୍ତ ଖଇରପୁଟରେ ଜଣେ ସାଧାରଣ ଚାଷୀ ଭଳି ସେ ବିଲରେ ଧାନ ବୁଣୁଥିବା ଦେଖିବାକୁ ମିଳିଛି।
ଚଳିତ ସାଧାରଣ ନିର୍ବାଚନରେ ଡମ୍ବରୁ ସୀସା ଟିକେଟ୍ ପାଇ ନଥିଲେ। ୨୦୧୪ ନିର୍ବାଚନରେ ବଣ୍ଡା ସମ୍ପ୍ରଦାୟର ପ୍ରଥମ ବ୍ୟକ୍ତି ଭାବେ ସେ ଚିତ୍ରକୋଣ୍ଡା ବିଧାନସଭା ଆସନରେ ବିଜ଼େଡି ଟିକେଟ୍ରେ ଲଢ଼ି ବିଧାୟକ ର୍ନିବାଚିତ ହୋଇଥିଲେ। ହେଲେ ଚଳିତବର୍ଷ ବିଜେଡି ପକ୍ଷରୁ ତାଙ୍କୁ ଆଉ ଟିକେଟ ମିଳି ନଥିଲା। ତାଙ୍କ ସ୍ଥାନରେ ନୂଆମୁହଁ ଭାବେ ପୂର୍ଣ୍ଣଚନ୍ଦ୍ର ବାକାଙ୍କୁ ଦଳୀୟ ଟିକେଟ ମିଳିଥିଲା। ସେ ବିଜୟୀ ମଧ୍ୟ ହୋଇଥିଲେ।
Comments are closed.