Odisha Link
Bridging the Missing Links in Odisha

କେବଳ କାଗଜପତ୍ରରେ ଟଙ୍କା ଦେଉଛି କେନ୍ଦ୍ର: ଶ୍ରୀକାନ୍ତ ଜେନା

ଭୁବନେଶ୍ବର: ଚଳିତ ବର୍ଷ ଓଡ଼ିଶ ପାଇଁ ରେଳ ବଜେଟରେ ୫ ହଜାର ୬୦୦ କୋଟି ବ୍ୟୟ ଅଟକଳ ରଖାଯାଇଛି। ଏହାକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ସେ କହିଛନ୍ତି ଯେ, ଏହା ମାତ୍ର ୩ ହଜାର କୋଟି। କାରଣ- ଗତବର୍ଷ ପ୍ରାୟ ୨ ହଜାର କୋଟି କାମ  ନହୋଇ ଫେରିଯାଇଥିଲା। ଏହା ପ୍ରତିବର୍ଷ ଘଟୁଛି। କେବଳ କାଗଜ ପତ୍ରରେ ଟଙ୍କା ଆସୁଛି। ଏହା ଦ୍ବାରା ଓଡ଼ିଶାର ରେଳ ବିକାଶ ପାଇଁ ଯାହା ନ୍ୟୁନତମ ଆବଶ୍ୟକତା ତା ମଧ୍ୟ ହୋଇପରିବ ନାହିଁ ବୋଲି ଶ୍ରୀକାନ୍ତ କହିଛନ୍ତି।

୧୯୯୬ ମସିହା ଅର୍ଥାତ ୨୩ ବର୍ଷ ତଳେ ଶ୍ରୀଯୁକ୍ତ ଏଚ, ଡି ଦେବଗୌଡ଼ା ପ୍ରଧାନମନ୍ତ୍ରୀ ଓ ଶ୍ରୀ ରାମବିଲାଶ ପାଶଓାନ ରାଲମନ୍ତ୍ରୀ ଥିବା ସମୟରେ ଓଡ଼ିଶାର ବହୁଦିନର ଦାବୀ ଇଷ୍ଟକୋଷ୍ଟ ରେଳବାଇ ଜୋନ ଭୁବନେଶ୍ବରରେ  ପ୍ରତିଷ୍ଠା କରାଯାଇଥିଲା। ସେ ମନ୍ତ୍ରୀ ସଭାରେ ମୁଁ ମଧ୍ୟ ଜଣେ ମନ୍ତ୍ରୀ ଥିଲି। ସେତେବେଳେ ଓଡ଼ିଶାରେ ନୂଆ ଜୋନ ଅଫିସ ପ୍ରତିଷ୍ଠା ସହ, ହରିଦାଶପୁର- ପାରିଦ୍ବୀପ, ତାଳଚେର- ସୁକିନ୍ଦା, ଖୋର୍ଦ୍ଦା ରୋଡ଼- ବଲାଙ୍ଗୀର ନୂଆ ଲାଇନକୁ କେନ୍ଦ୍ର ମନ୍ତ୍ରୀସଭା ଗ୍ରହଣ କରିବା ସଙ୍ଗେ ସଙ୍ଗେ କାର୍ଯ୍ୟ ଆରମ୍ଭ ହୋଇଥିଲା। ତାଲଚେର ସମ୍ବଲପୁର ଲାଇନକୁ ପ୍ରାୟ ୨୦୦ କୋଟି ଟଙ୍କା ଦେଇ ସମ୍ପୂର୍ଣ୍ଣ କରାଯାଇଥିଲା। ରାୟଗଡ଼ା-କୋରାପୁଟ ଲାଇନ ଓ ଟନେଲ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଗଲା। ସେହିଭଳି ରୁପସା- ବାଙ୍ଗିରିପୋଶୀ ଲାଇନକୁ ଦୋହରି କାରଣ କରାଗଲା। ଓଡ଼ିଶାର ଅନ୍ୟ ରେଲ ଲାଇନ ଦୋହରି କରଣ ସଙ୍ଗେ ସଙ୍ଗେ ଭବାନି ପଟଣାକୁ ମଧ୍ୟ ରେଲ ସଂଯୋଗ କରାଗଲା।

ଚଳିତ ରେଳ ବଜେଟରେ ନୂଆ ରେଳଲଶଇନ ତ ଦୂରର କଥା ଯେଉଁ ରେଲ ପ୍ରୋଜେକ୍ଟ ୨୩ବର୍ଷ ତଳୁ ଆରମ୍ଭ କରାଯାଇଥିଲା ତାର ସମ୍ପୂର୍ଣ୍ଣ କରିବା ପାଇଁ ଯାହା ଆବଶ୍ୟକୀୟ ଅର୍ଥ ତା ମଧ୍ୟ ଦିଆଯାଇନାହିଁ। ଇଷ୍ଟକୋଷ୍ଟ ରେଲଜୋନ ପ୍ରତିଷ୍ଠା ପରଠାରୁ ଏହା ସ୍ପଷ୍ଟ ହୋଇଛି ଯେ ଓଡ଼ିଶା ରେଲ ବିଭାଗକୁ ପ୍ରତି ବର୍ଷ ୨୦ହଜାର କୋଟିରୁ ୨୫ ହଜାର କୋଟି ଟଙ୍କା ଦେଉଛି ଅଥବା ତାର ଏକ ଚତୁର୍ଥାଂସ ଅର୍ଥ ଓଡ଼ିଶା ପାଉନାହିଁ। ରାଳ ବିାଭାଗରେ ସମୁଦାୟ ୨୦ ଲକ୍ଷ କର୍ମଚାରୀଙ୍କ ମଧ୍ୟରୁ ଓଡ଼ିଶା ଲୋକଙ୍କ ସଂଖ୍ୟା ଅତି ନଗଣ୍ୟ। ଟଙ୍କା ଅଧିକ ଓଡ଼ିଶା ଦେବ ଅଥଚ ଆମ ପିଲାଙ୍କ ଚାକିରି ରେଲ ବିଭାଗରେ ନାହିଁ ବୋଲି ଶ୍ରୀକାନ୍ତ ଜେନା କହିଛନ୍ତି।

Comments are closed.