ଫୁଲରେ ଝଲସିଲା ତିନି ରଥ

ପୁରୀ: ଆଜି ପବିତ୍ର ବାହୁଡ଼ା ଯାତ୍ରା। ଦୀର୍ଘ ୯ଦିନର ରହଣୀ ପରେ ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ଚତୁର୍ଦ୍ଧା ମୂର୍ତ୍ତୀ। ଏଥିପାଇଁ ରଥ ବି ପ୍ରସ୍ତୁତ ଭକ୍ତ ବି ପ୍ରସ୍ତୁତ। ରଥଯାତ୍ରା ଦିନ ଫୁଲରେ ସଜେଇ ହୋଇଥିଲା ଶ୍ରୀମନ୍ଦିର। ଏହାର କିଛି ଝଲକ ମଧ୍ୟ ଆଜି ବାହୁଡ଼ା ଯାତ୍ରାରେ ଦେଖିବାକୁ ମିଳିଛି। ଏଥର ମନ୍ଦିର ନୁହଁ ୩ ରଥ ଫୁଲରେ ଝଲସୁଛି। ଫୁଲଦ୍ବାରା ସଜେଇ ହୋଇଛି ନନ୍ଦିଘୋଷ, ଦର୍ପଦଳନ ଓ ଦେବଦଳନ ରଥ।
ସୂଚନାଥାଉକି, ଚଳିତବର୍ଷ ରଥଯାତ୍ରାରେ ପ୍ରଥମଥର ପାଇଁ ଫୁଲରେ ଶ୍ରୀମନ୍ଦିର ସଜେଇ ହୋଇଥିଲା। ଦିଲ୍ଲୀର ଜଣେ ଶ୍ରଦ୍ଧାଳୁ କେ କେ ଶର୍ମା ଶ୍ରୀମନ୍ଦିରକୁ ଫଲରେ ସଜାଇବା ପାଇଁ ୨୦ ଟ୍ରକ୍ ଫୁଲ ଦାନ କରିଥିଲେ। ୨୫୦ ଜଣ ପୁଷ୍ପ କାରିଗର ଅତି ସୁନ୍ଦର ଭାବେ ଶ୍ରୀମନ୍ଦିର ସମ୍ମୁଖ ଭାଗକୁ ସଜାଇଥିଲେ।