Odisha Link
Bridging the Missing Links in Odisha

ଛାତ୍ରୀ ଗର୍ଭବତୀ ନେଇ କ’ଣ କହିଲେ ମନ୍ତ୍ରୀ : ବିଧାନସଭା

ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ଏହି ଅବସରରେ ଆବାସିକ ସ୍କୁଲରେ ଛାତ୍ରୀ ଗର୍ଭବତୀ ହେବା ପ୍ରସଙ୍ଗରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ନିଜ ଉତ୍ତର ରଖିଛନ୍ତି ।

ସେ କହିଛନ୍ତି ଯେ, ଭୁବନେଶ୍ୱରରେ ଆସିଥିବା ୪ଟି ଗର୍ଭବତୀ ଅଭିଯୋଗରୁ ଗୋଟିଏ ପଜିଟିଭ ଥିଲା । କ୍ୟାପିଟାଲ ହସ୍ପିଟାଲରେ ପରୀକ୍ଷା ପରେ ଜଣେ ଛାତ୍ରୀଙ୍କ ପଜିଟିଭ ବାହାରିଥିଲା । ସମ୍ପୃକ୍ତ ଛାତ୍ରୀ ଛୁଟିରେ ଘରକୁ ଯାଇଥିଲେ । ସେହି ସମୟରେ ପଡେ଼ାଶୀ ଯୁବକ ସହ ତାଙ୍କର ସମ୍ପର୍କ ରହିଥିଲା । ଏହି ଘଟଣାରେ ଅଭିଯୁକ୍ତ ଯୁବକକୁ ଗିରଫ କରାଯାଇଛି । ସେହିପରି ଢେଙ୍କାନାଳ ଓ ମୟୂରଭଞ୍ଜରେ ଜଣେ ଲେଖାଏଁ ଛାତ୍ରୀ ଛୁଟିରେ ଯାଇ ଗର୍ଭବତୀ ହୋଇଥିଲେ ବୋଲି ମନ୍ତ୍ରୀ ଶ୍ରୀ ସାରକା ବିଧାନସଭାରେ ଉତ୍ତର ରଖିଛନ୍ତି ।

 

Comments are closed.