Odisha Link
Bridging the Missing Links in Odisha

ବଡ଼ ଏନ୍‌କାଉଣ୍ଟର, ୮ ନକ୍ସଲ ସଫା

ଓଏଲ୍‌ ବ୍ୟୁରୋ: ଛତିଶଗଡ ବିଜାପୁରରେ ଏନକାଉଣ୍ଟର। ଯବାନଙ୍କ ଗୁଳିରେ ୮ ମାଓବାଦୀ ନିପାତ ହୋଇଥିବା ବେଳେ ଦାର୍ଘ ୧୧ଘଣ୍ଟା ଧରି ଏନକାଉଣ୍ଟର ଚାଲିଥିଲା।ଗାଙ୍ଗଲୁର ଥାନା ପଡିଆ ଜଙ୍ଗଲରୁ ଗୁଳିବିନିମୟ ହୋଇଥିବା ସୂଚନା ରହିଛି। ଅପେରସନରେ ପ୍ରାୟ ୧୨ଶହ ଯବାନ ସାମିଲ ଥିବା ସୂଚନା ରହିଛି।

ସୁରକ୍ଷାକର୍ମୀଙ୍କ କହିବା ମୁତାବକ, ପିଡ଼ିଆ ଜଙ୍ଗଲରେ ୩୦ରୁ ୪୦ ଜଣ ନକ୍ସଲ ଥିବା ନେଇ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା। ନକ୍ସଲ ମାନେ ସେଠାରେ କ୍ୟାମ୍ପ କରି ରହିଥିବାର ସୂଚନା ମିଳିଥିଲା। ଏହାପରେ ଦନ୍ତେଓ୍ବାଡା ଓ ବିଜାପିର ଆଦି ୩ଟି ଜିଲ୍ଲାର ପୁଲିସ ସହିତ ସିଆରପିଏଫ୍‌ କୋବ୍ରା ଯବାନମାନେ ମିଳିଭାବେ ବଡ଼ ଧରଣର ଅପରେସନ ରଚିଥିଲୋ। ବସ୍ତର ପୁଲିସ ଆଇଜି ସୁନ୍ଦରରାଜ ପି. ଙ୍କ ନେତୃତ୍ୱରେ ଏହି ଅପରେସନ ହୋଇଥିଲା।

ମୃତ ନକ୍ସଲଙ୍କଠାରୁ ଅତ୍ୟାଧୁନିକ ବନ୍ଧୁକ ସମେତ ଅସ୍ତ୍ରଶସ୍ତ୍ର ମିଳିଛି। ଆହୁରି ବମ୍‌ ତିଆରି ସାମଗ୍ରୀ ମଧ୍ୟ ଜବତ କରିଛି ସୁରକ୍ଷାକର୍ମୀ। ସୂଚନାଥାଉକି, ଗତ ଏପ୍ରିଲ ୧୬ ତାରିଖରେ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ହୋଇଥିବା ଏନକାଉଣ୍ଟର୍‌ରେ ପ୍ରାଣ ହରାଇଥିଲେ ୨୯ ନକ୍ସଲ।

Leave A Reply

Your email address will not be published.