Odisha Link
Bridging the Missing Links in Odisha

ଦେଢ଼ ମାସ ପରେ ଜେଲ୍‌ରୁ ମୁକୁଳିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ପ୍ରାୟ ୫୦ ଦିନ ପରେ ଜେଲ୍‌ରୁ ବାହାରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସୁପ୍ରିମ ଆଶ୍ବସ୍ତି ମିଳିବା ପରେ ଅନ୍ତରୀଣ ଜାମିନରେ ବାହାରକୁ ବାହାରିଛନ୍ତି କେଜ୍ରିଓ୍ବାଲ। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା କେଜ୍ରିଓ୍ବାଲ ଆଜି ସନ୍ଧ୍ୟାରେ ତିହାର ଜେଲରୁ ବାହାରିଛନ୍ତି।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଜୁନ ୧ ତାରିଖ ଯାଏ ସର୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଦୀପଙ୍କର ଦତ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଜାମିନ ଆବେଦନର ଶୁଣାଣି କରିବା ସହ ଜୁନ ୨ରେ କେଜ୍ରିୱାଲଙ୍କୁ ପୁଣି ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ପରେ କେଜ୍ରିୱାଲ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡ ଦାଖଲ କରି ଜେଲରୁ ଖଲାସ ହୋଇଛନ୍ତି। କେଜ୍ରିୱାଲ ପ୍ରଥମେ ତିହାର ଜେଲର ନଂ ୨ ସେଲରୁ ବାହାରିଥିଲେ। ଏହାପରେ ଗେଟ ନମ୍ବର ୪ ଦେଇ ବାହାରକୁ ଆସିଥିଲେ।

କେଜ୍ରିୱାଲଙ୍କ ଜାମିନ ନିର୍ଦ୍ଦେଶ ପରେ ମିଠା ବାଣ୍ଟି ଉତ୍ସବ ପାଳିଥିବା ଶତାଧିକ ଆପ କର୍ମୀ ଆଜି ତିହାର ଜେଲ ବାହାରେ ମଧ୍ୟ ଏକାଠି ହୋଇଥିଲେ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ସିଂହ ମାନ ମଧ୍ୟ କେଜ୍ରିୱାଲଙ୍କୁ ସ୍ୱାଗତ କରିବା ପାଇଁ ତିହାର ଜେଲ ବାହାରେ ପହଞ୍ଚିଥିଲେ। ଜେଲ ଭିତରୁ କେଜ୍ରିୱାଲ ସ୍ୱତନ୍ତ୍ର କନଭୟରେ ସିଧା ଘରକୁ ଯାଇଥିଲେ।

Leave A Reply

Your email address will not be published.