Odisha Link
Bridging the Missing Links in Odisha

ପାଣ୍ଡିଆନ ଓଡ଼ିଶାର ଇତିହାସ ଜାଣି ନାହାନ୍ତି: ଧର୍ମେନ୍ଦ୍ର

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତେ ପାଖଉଛି ସେତେ ରାଜନୈତିକ ବୟାନବାଜି ବଢ଼ିବାରେ ଲାଗିଛି। ରାଜନୀତିର ମୈଦାନରେ ବିଜେଡିର ପୋଷ୍ଟର ବୟ କାର୍ତ୍ତିକ ପାଣ୍ଡିଆନ ଓ ବିଜେପିର ପୋଷ୍ଟର ବୟ ଧର୍ମେନ୍ଦ୍ର ପ୍ରଧାନ ମୁହାଁମୁହିଁ। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଉଭୟେ ଉଭୟଙ୍କୁ କରୁଛନ୍ତି ଜୋରଦାର ଟାର୍ଗେଟ। ଯାହା ଓଡ଼ିଶା ରାଜନୀତିର ପାରାକୁ ବଢ଼ାଇ ଦେଇଛି।

ଆଜି ବ୍ରଜରାଜନାଗର ଆୟୋଜିତ ଜନସଭାରେ କାର୍ତ୍ତିକ ପାଣ୍ଡିଆନ ଧର୍ମେନ୍ଦ୍ର ପ୍ରଧାନଙ୍କୁ କରିଛନ୍ତି ଟାର୍ଗେଟ। ଜନସଭାକୁ ସମ୍ବୋଧନ କରି ସେ କହିଛନ୍ତି, ବ୍ରଜରାଜନଗର ମାଟିରୁ କେନ୍ଦ୍ରମନ୍ତ୍ରୀଙ୍କୁ ଆହ୍ବାନ ଦେଉଛି ଯଦି ଆପଣଙ୍କର ଯଦି ସାହାସ ଅଛି ଆପଣ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରନ୍ତୁ ଦେଖିବା ଆପଣ କେତେ ସିଟ୍‌ ପାଉଛନ୍ତି। ଆପଣଙ୍କ ନିଜ ଦଳ ଆପଣଙ୍କ ଉପରେ ବିଶ୍ବାସ କରୁନାହିଁ। ଲୋକମାନେ କେମିତି ଆପଣଙ୍କୁ ବିଶ୍ବାସ କରିବେ ବୋଲି କହିଛନ୍ତି। ଏଥିସହିତ ସେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚ୍ୟାଲେଞ୍ଜ ଦେଇ କହିଛନ୍ତି, ଆମ ମୁଖ୍ୟମନ୍ତ୍ରୀ ଜୁନ୍‌ ୯ରେ ୧୧.୩୦ରୁ ୧ ଭିତରେ ଶପଥ ଗ୍ରହଣ କରିବେ। ଆଉ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ। ଯଦି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନହେଇ ପାରିଲେ ତେବେ ରାଜନୀତିରୁ ସନ୍ନ୍ୟାସ ନେଇଯିବି ବୋଲି ପାଣ୍ଡିଆନ କହିଛନ୍ତି।

ଏଥିସହିତ ସେ ଆହୁରି କହିଛନ୍ତି, ଧର୍ମେନ୍ଦ୍ର ବାବୁ ଆପଣ ବି କୁହନ୍ତୁ ଆପଣଙ୍କ ସରକାର ଆସିବ ନହେଲେ ଆପଣ ସନ୍ୟାସ ନେବେ। ଆଜି ଫଇସଲା କରିବା। ଗୋଟେ ଏନଏଚ ଠିକ କରିପାରିଲେନି, ଗୋଟେ ପଞ୍ଚାୟତ ଜିତି ପାରିଲେନି, ୱାର୍ଡ ମେମ୍ବର ବି ଜିତି ପାରିଲେନି। ଡରିକି ଢେଙ୍କାନାଳରୁ ସମ୍ବଲପୁର ଆସିଗଲେ।ଆପଣଙ୍କର ସାହାସ କେମିତି ହେଲା ମୁଖ୍ୟମନ୍ତ୍ରୀଙ୍କୁ ଆଶାଳୀନ ଭାଷାରେ କଥା କହିବାକୁ ବୋଲି ପାଣ୍ଡିଆନ କହିଛନ୍ତି।

ପାଣ୍ଡିଆନଙ୍କୁ କାଉଣ୍ଟର କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ହାରିଗଲେ କେହି ରାଜନୀତି ଛାଡ଼ନ୍ତିନି। ବିଜୁ ବାବୁ ୫ଟି ଆସନରେ ଲଢ଼ିଥିଲେ। ଆଉ ହାରି ମଧ୍ୟ ଥିଲେ। ହାରିବା ପରେ ବି ବିଜୁ ବାବୁ ରାଜନୀତି ନଛାଡ଼ି ଜାରି ରଖିଥିଲେ। ଯାହାଙ୍କୁ ଓଡ଼ିଶା ରାଜନୀତିର ଇତିହାସ ଜଣାନାହିଁ ତାଙ୍କୁ ବା କ’ଣ କହିବା ବୋଲି ଧର୍ମେନ୍ଦ୍ର କହିଛନ୍ତି।

Leave A Reply

Your email address will not be published.