Odisha Link
Bridging the Missing Links in Odisha

ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ; ଅପରାହ୍ନ ୩ଟା ସୁଦ୍ଧା ଲଦାଖରେ ସର୍ବାଧିକ ମତଦାନ

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ନିର୍ବାଚନ ମାହୋଲ। ଆଜି ଦେଶର ପଞ୍ଚମ ପର୍ଯ୍ୟାୟ ଓ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ନିଜ ମନ ପସନ୍ଦର ନେତା ଚୟନ କରୁଛନ୍ତି ମତଦାତା। ଦେଶରେ ଅପରାହ୍ନ ୩ଟା ସୁଦ୍ଧା ୪୭.୫୩ ପ୍ରତିଶତ ଭୋଟ ଗ୍ରହଣ ହୋଇଛି। ଲଦାଖରେ ୬୧.୨୬ ପ୍ରତିଶତ ଭୋଟ ଗ୍ରହଣ ହୋଇଛି।

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟାରେ ଅପରାହ୍ନ ୩ଟା ସୁଦ୍ଧା ୪୮.୯୫ ପ୍ରତିଶତ ଭୋଟ ଗ୍ରହଣ ହୋଇଛି। ଓଡ଼ିଶାର ୫ ଲୋକସଭା ଆସନ ଯଥାକ୍ରମେ, ଆସିକାରେ ୪୬.୨୩ ପ୍ରତିଶତ, ବରଗଡ଼ରେ ୫୩.୮୮ ପ୍ରତିଶତ, ବଲାଙ୍ଗୀରରେ ୪୬.୯୬ ପ୍ରତିଶତ, କନ୍ଧମାଳରେ ୪୮.୯୩ ପ୍ରତିଶତ, ସୁନ୍ଦରଗଡ଼ରେ ୪୮.୯୬ ପ୍ରତିଶତ ମତଦାନ ହୋଇଛି।

ସେହିପରି ଦିନ ୧ଟା ସୁଦ୍ଧା ୩୫.୩୧ ପ୍ରତିଶତ ମତଦାନ ରେକର୍ଡ ହୋଇଥିଲା। ଓଡ଼ିଶାର ୫ ଲୋକସଭା ଆସନ ଯଥାକ୍ରମେ, ଆସିକାରେ ୩୪.୩୮ ପ୍ରତିଶତ, ବରଗଡ଼ରେ ୩୮.୧୮ ପ୍ରତିଶତ, ବଲାଙ୍ଗୀରରେ ୩୨.୮୨ ପ୍ରତିଶତ, କନ୍ଧମାଳରେ ୩୫.୦୯ ପ୍ରତିଶତ, ସୁନ୍ଦରଗଡ଼ରେ ୩୬.୩୨ ପ୍ରତିଶତ ମତଦାନ ହୋଇଥିଲା। ସେହିପରି ବିଧାନସଭା କ୍ଷେତ୍ରକୁ ଯଦି ଦେଖିବା ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଠିଆ ହୋଇଥିବା କଣ୍ଟାବାଞ୍ଜିରେ ଦିନ ୧ଟା ସୁଦ୍ଧା ସବୁଠୁ କମ୍‌ ଭୋଟିଂ ହୋଇଛି। ବର୍ତ୍ତମାନ ସୁଦ୍ଧା ୨୬.୭୭ ପ୍ରତିଶତ ଭୋଟିଂ ହୋଇଛି। ସେହିପରି ସର୍ବାଧିକ ୪୭.୨ ପ୍ରତିଶତ ଭୋଟିଂ ବଣାଇ ବିଧାନସଭା ଆସନରେ ହୋଇଥିଲା।

Leave A Reply

Your email address will not be published.