Odisha Link
Bridging the Missing Links in Odisha

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ; ସନ୍ଧ୍ୟା ୫ଟା ସୁଦ୍ଧା ୬୦.୫୫ ପ୍ରତିଶତ ମତଦାନ

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ନିର୍ବାଚନ ମାହୋଲ। ଆଜି ଦେଶର ପଞ୍ଚମ ପର୍ଯ୍ୟାୟ ଓ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ନିଜ ମନ ପସନ୍ଦର ନେତା ଚୟନ କରୁଛନ୍ତି ମତଦାତା। ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟାରେ ସନ୍ଧ୍ୟା ୫ଟା ସୁଦ୍ଧା ୬୮.୫୫ ପ୍ରତିଶତ ମତଦାନ ଗ୍ରହଣ ହୋଇଛି। ଓଡ଼ିଶାର ୫ ଲୋକସଭା ଆସନ ଯଥାକ୍ରମେ, ଆସିକାରେ ୫୫.୬୫ ପ୍ରତିଶତ, ବରଗଡ଼ରେ ୬୬.୧୪ ପ୍ରତିଶତ, ବଲାଙ୍ଗୀରରେ ୬୧.୩୫ ପ୍ରତିଶତ, କନ୍ଧମାଳରେ ୫୭.୪୬ ପ୍ରତିଶତ, ସୁନ୍ଦରଗଡ଼ରେ ୬୧.୫୩ ପ୍ରତିଶତ ମତଦାନ ହୋଇଛି।

ସେହିପରି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟାରେ ଅପରାହ୍ନ ୩ଟା ସୁଦ୍ଧା ୪୮.୯୫ ପ୍ରତିଶତ ଭୋଟ ଗ୍ରହଣ ହୋଇଛି। ଓଡ଼ିଶାର ୫ ଲୋକସଭା ଆସନ ଯଥାକ୍ରମେ, ଆସିକାରେ ୪୬.୨୩ ପ୍ରତିଶତ, ବରଗଡ଼ରେ ୫୩.୮୮ ପ୍ରତିଶତ, ବଲାଙ୍ଗୀରରେ ୪୬.୯୬ ପ୍ରତିଶତ, କନ୍ଧମାଳରେ ୪୮.୯୩ ପ୍ରତିଶତ, ସୁନ୍ଦରଗଡ଼ରେ ୪୮.୯୬ ପ୍ରତିଶତ ମତଦାନ ହୋଇଥିଲା।

ଦିନ ୧ଟା ସୁଦ୍ଧା ୩୫.୩୧ ପ୍ରତିଶତ ମତଦାନ ରେକର୍ଡ ହୋଇଥିଲା। ଓଡ଼ିଶାର ୫ ଲୋକସଭା ଆସନ ଯଥାକ୍ରମେ, ଆସିକାରେ ୩୪.୩୮ ପ୍ରତିଶତ, ବରଗଡ଼ରେ ୩୮.୧୮ ପ୍ରତିଶତ, ବଲାଙ୍ଗୀରରେ ୩୨.୮୨ ପ୍ରତିଶତ, କନ୍ଧମାଳରେ ୩୫.୦୯ ପ୍ରତିଶତ, ସୁନ୍ଦରଗଡ଼ରେ ୩୬.୩୨ ପ୍ରତିଶତ ମତଦାନ ହୋଇଥିଲା।

Leave A Reply

Your email address will not be published.