Odisha Link
Bridging the Missing Links in Odisha

ଦୁଇ ବସ୍‌ ମୁହାଁମୁହିଁ ଧକ୍କା, ଅନେକ ଆହତ

ଓଏଲ୍‌ ବ୍ୟୁରୋ: ସୋନପୁର-ସମ୍ବଲପୁର ରାସ୍ତା ଡୁଡୁପାଲିରେ ବସ୍‌ ଦୁର୍ଘଟଣା। ସନ୍ଧ୍ୟା ସମୟରେ ଦୁଇଟି ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୮ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତକଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଛି।

ଗୋଟିଏ ବସ୍‌ ବୀରମହରାଜପୁର ଆଡ଼ୁ ସମ୍ବଲପୁର ଅଭିମୁଖେ ଯାତ୍ରା କରୁଥିଲା। ତେବେ ସୋନପୁର-ସମ୍ବଲପୁର ଜାତୀୟ ରାଜପଥର ଡୁଡୁପାଲି ଛକରେ ସମ୍ମୁଖରୁ ଆସୁଥିବା ଅନ୍ୟ ଏକ ଧକ୍କା ଦେଇଥିଲା। ଯାହାଫଳରେ ଦୁଇ ବସ୍‌ର ଡ୍ରାଇଭରଙ୍କ ସମେତ ଅନେକ ଫସି ରହିଥିଲେ। ସ୍ଥାନୀୟ ଏନେଇ ଅଗ୍ନିଶମ ବିଭାଗକୁ ଦେବା ସହିତ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି।

Leave A Reply

Your email address will not be published.