Odisha Link
Bridging the Missing Links in Odisha

ଭୁବନେଶ୍ବରରେ ମୋଦିଙ୍କ ରୋଡ ଶୋ’

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶାଳ ରୋଡ ଶୋ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାମ ମନ୍ଦିରଠୁ ବାଣୀବିହାର ପର୍ଯ୍ୟନ୍ତ ହେବ ମୋଦିଙ୍କ ରୋଡ ଶୋ’। ଯାହାଫଳରେ ଜନାରଣ୍ୟ ହୋଇଛି ଜନପଥ।

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ଓଡ଼ିଶା ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ତା’ପରେ କଡ଼ା ସୁରକ୍ଷା ମଧ୍ୟରେ ବିମାନବନ୍ଦରରୁ ବାହାରିଥିଲେ ମୋଦି। ରାସ୍ତାରେ ଦୁଇ ପାର୍ଶ୍ୱରେ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିବା ଶହଶହ ଲୋକଙ୍କ ଅଭିବାଦନ ଗ୍ରହଣ କରିଥିଲେ ମୋଦି।ବର୍ତ୍ତମାନ ବିଶାଳ ଶୋଭାଯାତ୍ରାରେ ବାହାରିଛନ୍ତି ମୋଦି।

Leave A Reply

Your email address will not be published.