ଏସ୍ବିଆଇ ଅଧିକାରୀଙ୍କ ଠାରୁ ଲୁଟ୍

ଢେଙ୍କାନାଳ : ଏସ୍ବିଆଇ ଗ୍ରାହକ ସେବା କେନ୍ଦ୍ର ଅଧିକାରୀଙ୍କଠାରୁ ଲୁଟ୍ ହୋଇଥିବା ଅଭିଯୋଗ ଆସିଛି। ଢେଙ୍କାନାଳ କଙ୍କଡ଼ାହାଡ଼ ଛକରେ ଏପରି ଘଟଣା ଘଟିଛି।
ଗୋଟିଏ ବାଇକ୍ରେ ତିନି ଜଣ ଦୁବୃର୍ତ୍ତ ମାରଣାସ୍ତ୍ର ଦେଖାଇ ସୁନୀଲ ମିଶ୍ରଙ୍କଠାରୁ ୧ ଲକ୍ଷ ୭୬ ହଜାର ଟଙ୍କା ଲୁଟି ନେଇ ଥିବା ସେ ଅଭିଯୋଗ କରିଛନ୍ତି।
କାମାକ୍ଷାନଗର ବାସଭବନରୁ ଟଙ୍କା ନେଇ ସେ ଗ୍ରାହକ ସେବା କେନ୍ଦ୍ରକୁ ଆସୁଥିଲେ। ଏହି ସମୟରେ ତାଙ୍କଠାରୁ ଲୁଟ୍ ହୋଇଥିଲା।
ଘଟଣା ପରେ କାମାକ୍ଷାନଗର ପୋଲିସ୍ ପହଞ୍ଚି ଖୋଲତାଡ଼ କରିଛି। ଏହା ପୂର୍ବରୁ ମଧ୍ୟ ସୁନୀଲ୍ ଲୁଟ୍ର ଶିକାର ହୋଇଥିଲେ। ଦୁବୃର୍ତ୍ତମାନେ ଗତବର୍ଷ ସୁନୀଲଙ୍କୁ ଆକ୍ରମଣ କରି ୫୦ ହଜାର ଟଙ୍କା ଲୁଟ୍ କରିଥିଲେ