Odisha Link
Bridging the Missing Links in Odisha

କର୍ଣ୍ଣାଟକ ରାଜନୀତି: ଆଜି ସଂଧ୍ୟାରେ ଶପଥ ଗ୍ରହଣ କରିବେ ୟେଦ୍ଦୁରପ୍ପା

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତିରେ ଚାଲିଥିବା ନାଟକରେ ବିରାମ ଲଗେଇଛି ବିଜେପି। କର୍ଣ୍ଣାଟକ ମେଣ୍ଟ ସରକାର ଭାଙ୍ଗିବା ପରେ କିଏ ସରକାର ଗଢିବ ଦେଇ ଚାଲିଥିଲା ଅଙ୍କକଷା। ଆଜି କର୍ଣ୍ଣାଟକ ରାଜ୍ୟପାଳ ବାବୁଭାଇ ବାଲାଙ୍କୁ ଭେଟି ବିଧାୟକ ବିଏସ୍‌ ୟେଦ୍ଦୁରପ୍ପା କର୍ଣ୍ଣାଟରେ ସରକାର ଗଡ଼ିବା ପାଇଁ ଦାବି କରିଛନ୍ତି। ଏଥି ସହ ଆଜି ସଂଧ୍ୟା ୬ ଘଟିକା ସମୟରେ ଶପଥ ଗ୍ରହଣ କରିବେ ବୋଲି ୟେଦ୍ଦୁରପ୍ପା ଗଣମାଧ୍ୟମକୁ କହିଛନ୍ତି।

ଏଥିସହିତ ବିଧାନସଭାରେ ତାଙ୍କ ଦଳ ବହୁମତ ସାବ୍ୟସ୍ତ କରିବ ବୋଲି ୟେଦ୍ଦୁରପ୍ପା ଦୃଢୋକ୍ତି ପ୍ରକାଶ କରିଛନ୍ତି। ଗତକାଲି ବିଦ୍ରୋହୀ ୧୫ ବିଧାୟକରୁ ୩ ବିଧାୟକଙ୍କୁ ବାଚସ୍ପତି ରମେଶ କୁମାର ଅଯୋଗ୍ୟ ଘୋଷଣା କରିବା ପରେ ଆଜି ବିଜେପି ସରକାର ଗଢ଼ିବା ପାଇଁ ଦାବି କରିଛି।ଶେଷ ଥର ପାଇଁ କର୍ଣ୍ଣାଟକାରେ ୪୮ ଘଣ୍ଟା ପାଇଁ ୟେଦ୍ଦୁରପ୍ପା ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କ ଦଳ ବିଜେପି ନିର୍ବାଚନରେ ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ ମଧ୍ୟ ଗୃହରେ ବହୁମତ ସାବ୍ୟସ୍ତ କରି ପାରିନଥିଲା ଏହାପରେ ତାଙ୍କ ସରକାର ଭାଙ୍ଗି ଯାଇଥିଲା। ଏହାପରେ କଂଗ୍ରେସ-ଜେଡିଏସ ମେଣ୍ଟ କରି ସରକାର ଗଢ଼ିଥିଲେ।

Comments are closed.