ବିଦ୍ୟୁତ୍ ଆଘାତରେ ଯୁବକଙ୍କ ମୃତ୍ୟୁ

ସୋର : ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ସୂଂଗୁଡା ଗ୍ରାମରେ ଜଣେ ଯୁବକଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଛି। ମୃତକ ହେଲେ ଗୌରାଙ୍ଗ ମୋହନୀ। ତାଙ୍କ ବୟସ ୪୬ବର୍ଷ ବୋଲି ଜଣାପଡିଛି।
ସୂଚନା ଅନୁସାରେ, ଗୌରାଙ୍ଗ ମୋହନୀ ଘର ପାଖରେ ବିଦ୍ୟୁତ ତାର ଯୋଡ଼ୁଥିବାବେଳେ ହଠାତ୍ ବିଦ୍ୟୁତ୍ ଆଘାତ ଲାଗିଥିଲା। ତାଙ୍କୁ ସିମୁଳିଆ ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସିମୁଳିଆ ପୋଲିସ ଶବକୁ ବ୍ୟବଚ୍ଛେଦ କରିବା ପାଇଁ ସୋର ମେଡିକାଲକୁ ପଠାଇଛନ୍ତି।