ବିଦେଶ ଗସ୍ତରେ ମୋଦି, କଣ କହିଲେ ଜେଟଲୀଙ୍କ ପରିବାର

ନୂଆଦିଲ୍ଲୀ: ଆଜି ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପରଲୋକ ହୋଇଛି। ଅରୁଣ ଜେଟଲୀଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ମୋଦି ଗଭୀର ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ବିଦେଶ ଗସ୍ତରେ ଅଛନ୍ତି। ତେବେ ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତକୁ ବାତିଲ କରି ଫେରିଆସିବାକୁ ଯୋଜନା କରୁଥିବା ଜାଣିବା ପରେ ଏପରି ନ କରିବାକୁ ଜେଟଲୀଙ୍କ ପରିବାର ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ୟୁଏଇ ଗସ୍ତରେ ଥିବା ମୋଦି ସମବେଦନା ଜଣାଇବା ପାଇଁ ଜେଟଲୀଙ୍କ ପତ୍ନୀ ଓ ପୁଅଙ୍କୁ ଫୋନ୍ କରିବା ସମୟରେ ଏହି ବିଷୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି।
ଆଜି ୧୨ ଘଣ୍ଟା ୭ ମିନିଟ୍ରେ ଦିଲ୍ଲୀ ଏମ୍ସଠାରେ ଜେଟ୍ଲୀଙ୍କର ଦେହାନ୍ତ ହୋଇଛି। ଏହାପରେ ଜେଟଲୀଙ୍କ ପରିବାର ଲୋକଙ୍କ ସହ ମୋଦି ଫୋନ୍ ଯୋଗେ କଥା ହୋଇଥିଲେ। ଏତଦ୍ବ୍ୟତୀତ ସେ ଟ୍ୱିଟର ଯୋଗେ ମଧ୍ୟ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।