ପୋଖରୀରେ ବୁଡ଼ି ଦୁଇ ଶିଶୁ ମୃତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଲୋକାପଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଖେଳୁଥିବା ସମୟରେ ପୋଖାରୀରେ ବୁଡ଼ି ୨ ଶିଶୁଙ୍କର ମୃତ୍ୟୁ ହୋଇଛି। ମୃତକ ଦୁଇ ଜଣ ସମ୍ପର୍କୀୟ ଭାଇ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ସକାଳ ସମୟରେ ଦୁଇ ଜଣ ଖେଳୁଥିବା ସମୟରେ ଅସାବଧାନତା ବଶତଃ ଘର ପାଖ ପୋଖରୀରେ ବୁଡ଼ି ଯାଇଥିଲେ। ବହୁ ସମୟ ଦୁଇ ଜଣଙ୍କୁ ଖୋଜାଖୋଜି କରିବା ପରେ ଏହି ଘଟଣା ବିଷୟରେ ଜାଣି ସ୍ଥାନୀୟଲୋକେ ସେମାନଙ୍କୁ ପୋଖରୀରୁ ଉଦ୍ଧାର କରି ତୁରନ୍ତ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ଏକ ଦୁଃଖଦ ଘଟଣାରେ ଗାଁରେ ଶୋକର ଛାୟା ଖେଳିଯାଇଛି।