Odisha Link
Bridging the Missing Links in Odisha

IND vs WI: ଈଶାନ୍ତକୁ ୫ ଓ୍ବିକେଟ, ଓ୍ବେଷ୍ଟଇଣ୍ଡିଜ ୧୮୯/ ୮

ଆଣ୍ଟିଗୁଆ: ଟିମ୍‌ ଇଣ୍ଡିଆ ୨୯୭ରନରେ ଅଲଆଉଟ ହେବା ପରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଘରୋଇ ଓ୍ବେଷ୍ଟଇଣ୍ଡିଜ ଦଳ। ଭାରତ-ଓ୍ବେଷ୍ଟଇଣ୍ଡିଜ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଘରୋଇ ଓ୍ବେଷ୍ଟଇଣ୍ଡିଜ ଦଳ ୧୮୯ ରନରେ ୮ଟି ଓ୍ବିକେଟ ହରାଇଛି। ଟିମ୍‌ ଇଣ୍ଡିଆ ଦ୍ରୁତ ବୋଲର ଇଶାନ୍ତ ଶର୍ମାଙ୍କ ଶାଣିତ ବୋଲିଂ ସାମ୍ନା କରି ପାରିନଥିଲା ଓ୍ବେଷ୍ଟିଣ୍ଡିଜ ଦଳ। ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଇଶାନ୍ତ ଶର୍ମା ୫ଓ୍ବିକେଟ୍‌ ନେଇଥିବା ବେଳେ ଦ୍ରୁତ ବୋଲର ମହମ୍ମଦ ଶାମି, ଜଶପ୍ରତି ବୁର୍ମା ଏବଂ ସ୍ପିନ ବୋଲର ରବିନ୍ଦ୍ର ଜାଡ଼େଜା ୧ ଟି ଲେଖାଏଁ ଓ୍ବିକେଟ ନେଇଛନ୍ତି। ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଚେସ୍‌ ସର୍ବାଧିକ ୪୮ ରନ୍‌ କରି ଆଉଟ ହୋଇଛନ୍ତି। ଅଧିନାୟକ ହୋଲଡର(୧୦) ଏବଂ କମ୍ମିନସ୍(୦) ରନ୍‌ କରି ଏବେ ଅପରାଜିତ ଅଛନ୍ତି। ଓ୍ବେଷ୍ଟଇଣ୍ଡିଜର ସବୁ ଖେଳାଳି କମ୍‌ ରନ୍‌ କରି ପ୍ୟାଭିଲିଅନ୍‌ ଚାଲି ଯାଉଥିବା ବେଳେ ଦଳର ମଧ୍ୟକ୍ରମ ବ୍ୟାଟସମ୍ୟାନ୍‌ ଚେସ୍‌ ୪୮ ରନର ପାରି ଖେଳିଥିଲେ। ଅପରପକ୍ଷେ ଓ୍ବେଷ୍ଟଇଣ୍ଡିଜର ଅନ୍ୟ ଖେଳାଳି ମାନେ ଆଖି ଦୃଶିଆ ପ୍ରଦର୍ଶନ କରି ନାହାନ୍ତି।

ଆଜିଙ୍କ୍ୟ ରାହାଣେ ଓ ରବୀନ୍ଦ୍ର ଜାଡେଜାଙ୍କ ଅର୍ଦ୍ଧଶତକ ବଳରେ ଟିମ୍ ଇଣ୍ଡିଆ ଏଠାରେ ଚାଲିଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ୨୯୭ ରନ୍ କରି ଅଲଆଉଟ୍ ହୋଇଛି। ଭାରତ ପକ୍ଷରୁ ରାହାଣେ ସର୍ବାଧିକ ୮୧ (୧୬୩ ବଲ୍, ୧୦ ଚୌକା) ଓ ଜାଡେଜା ୫୮ (୧୧୨ ବଲ୍, ୬ ଚୌକା, ୧ ଛକା) ରନର ଇନିଂସ୍ ଖେଳିଥିବା ବେଳେ ଅନ୍ୟକୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନାହାନ୍ତି। ମ୍ୟାଚର ଦ୍ୱିତୀୟ ଦିବସରେ ଭାରତ ତା’ର ପୂର୍ବଦିନର ସ୍କୋର ୨୦୩/୬ରୁ ଖେଳ ଆରମ୍ଭ କରିଥିଲା। ଶୁକ୍ରବାର ଭାରତ ଶେଷ ୪ ୱିକେଟରେ ଆଉ ୯୪ ରନ୍ ଯୋଡ଼ିବାକୁ ସକ୍ଷମ ହୋଇଥିଲା। ଗତକାଲି ଅପରାଜିତ ଥିବା ରିଷଭ ପନ୍ତ ଆରମ୍ଭରୁ ହିଁ ନିଜ ୱିକେଟ୍ ହରାଇ ବସିଥିବା ବେଳେ ଜାଡେଜା ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ।

ପନ୍ତ ୨୪ ରନ୍ କରିଥିବା ବେଳେ କେମାର ରୋଚଙ୍କ ବଲରେ ଜେସନ୍ ହୋଲ୍ଡରଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଏହି ସମୟରେ ଭାରତକୁ ଏକ ପାର୍ଟନରଶିପର ଆବଶ୍ୟକ ହେଉଥିବା ବେଳେ ଜାଡେଜାଙ୍କୁ ଈଶାନ୍ତ ଶର୍ମା ଭଲ ସହଯୋଗ କରିଥିଲେ। ଦୁହେଁ ଅଷ୍ଟମ ୱିକେଟ୍ ପାଇଁ ୬୦ ରନର ଅର୍ଦ୍ଧଶତକୀୟ ଭାଗୀଦାରୀ କରି ଟିମକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଟିମ୍ ସ୍କୋର ୨୬୭ ଥିବା ବେଳେ ଈଶାନ୍ତଙ୍କୁ ଶ୍ୟାନନ୍ ଗାବ୍ରିଏଲ୍ କ୍ଲିନ୍ ବୋଲ୍ଡ କରିଥିଲେ। ଈଶାନ୍ତ ୧୯ ରନର ଧୈର୍ଯ୍ୟପୂର୍ଣ୍ଣ ଇନିଂସ୍ ଖେଳିଥିଲେ।

ଏହା ପରେ ଜାଡେଜା ଦ୍ରୁତ ରନ୍ କରି ଭାରତର ସ୍କୋରକୁ ୩୦୦ ନିକଟତର ପହଞ୍ଚାଇଥିଲେ। ଈଶାନ୍ତଙ୍କ ସ୍ଥାନରେ ଆସିଥିବା ମହମ୍ମଦ ଶାମି ଖାତା ଖୋଲିବାକୁ ସକ୍ଷମ ହୋଇନଥିବା ବେଳେ ଯଶପ୍ରୀତ ବୁମ୍ରା ୪ ରନ୍ କରି ଅପରାଜିତ ଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ରୋଚ୍ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଗାବ୍ରିଏଲ୍ ୩ଟି ଓ ରୋଷ୍ଟନ୍ ଚେଜ୍ ୨ଟି ୱିକେଟ୍ ହାସଲ କରିଥିଲେ।

Comments are closed.