ଓଡ଼ିଶା ସୀମାନ୍ତରୁ ଜବତ ହେଲା ଗଞ୍ଜେଇ

ରାଉରକେଲା: ଓଡ଼ିଶା ସୀମାନ୍ତରୁ ଦୁଇ ବେଆଇନ ଗଞ୍ଜେଇ ବେପାରୀଙ୍କୁ ଗିରଫ କଲା ଝାଡଖଣ୍ଡ ପୋଲିସ। ଗିରଫ ୨ଜଣ ହେଲେ ଫରିଦାବାଦର ରୁଷମ ଯାଦବ ଏବଂ ବିହାରର ଗନ୍ଦୁ ଚୌଧରୀ। ସେମାନଙ୍କ ନିକଟରୁ ପ୍ରାୟ ୧୮୦ କିଲୋ ଗଞ୍ଜେଇ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ।
ସୂଚନା ଅନୁସାରେ ଏକ ବୋଲେର ଗାଡିର ପଛ ସିଟ୍ ତଳେ ରଖି ଏହି ସବୁ ଗଞ୍ଜେଇ ଚାଲାଣ ହେଉଥିଲା। ଚାଲାଣ ବେଳେ ଚୋରା ଗଞ୍ଜେଇ ସହ ୨ ବେପାରୀକୁ ଧରିଛି ଝାଡଖଣ୍ଡ ପୋଲିସ। ଓଡିଶାର ଅନୁଗୁଳ ଜିଲ୍ଲାରୁ ଏହି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଯାଞ୍ଚ ବେଳେ ଜଣାପଡିଛି।