Odisha Link
Bridging the Missing Links in Odisha

ବଦଳିଲା ପ୍ରିୟଙ୍କା ଚୋପ୍ରା ନାଁ !

ଭୁବନେଶ୍ୱର: ପ୍ରିୟଙ୍କା ଚୋପ୍ରା ହେଉଛନ୍ତି ଜଣେ ବଲିଉଡ୍ ସଫଳ ନାୟିକା ।ତାଙ୍କର ଲୋକପ୍ରିୟତା କେବଳ ଦେଶ ଭିତରେ ସୀମିତ ନୁହେଁ, ବିଦେଶରେ ବି ଖୁବ୍ ଚର୍ଚ୍ଚିତ। ବଲିଉଡ୍ ଓ ହଲିଉଡ୍ ସିନେମାରେ ତାଙ୍କୁ ଦେଖିବାକୁ ମିଳେ। ଗୁଗୁଲ୍ ତାଙ୍କୁ ନେଇ ଏକ ସାଂଘାତିକ ଭୁଲ୍ କରି ଦେଇଛି। ପ୍ରିୟଙ୍କା ଚୋପ୍ରା ବଦଳରେ ତାଙ୍କୁ ପ୍ରିୟଙ୍କା ସିଂହ ବୋଲି ଲେଖିଛି। ପ୍ରିୟଙ୍କା ଜୋନ୍ସ ଲେଖିଥିଲେ ବି ଚଳିଥା’ନ୍ତା, କାରଣ ତାଙ୍କ ସ୍ୱାମୀଙ୍କ ନାଁ ନିକ୍ ଜୋନ୍ସ । ଗତବର୍ଷ ଡିସେମ୍ବରରେ ପ୍ରିୟଙ୍କା ହଲିଉଡ୍‌ ଗାୟକ ନିକ୍‌ ଜୋନ୍‌ସଙ୍କୁ ବିବାହ କରି ତାଙ୍କ ନାଁ ପ୍ରିୟଙ୍କା ଚୋପ୍ରା ଜୋନ୍‌ସ ଘୋଷଣା କରିଥିଲ ।
ଗୁଗୁଲରେ ପ୍ରିୟଙ୍କାଙ୍କ ପ୍ରୋଫାଇଲ୍ ରେ ‘ପ୍ରିୟଙ୍କା ସିଂହ’ ଆସୁଛି। ଏବଂ’people search for’ ରେ ମଧ୍ୟ ତାଙ୍କ ନାଁ ପ୍ରିୟଙ୍କା ସିଂହ ଲେଖା ହୋଇଛି ।ଏହା ଗୁଗୁଲ୍ ର ସାମାନ୍ୟ ତ୍ରୁଟି ନାଁ ଜଟିଳ ସମସ୍ୟା । କିନ୍ତୁ ୱିକିପେଡ଼ିଆରେ କ୍ଲିକ୍ କଲେ ତାଙ୍କ ନାଁ ଠିକ୍ ଆସୁଛି ।

ହେଲେ ପ୍ରିୟଙ୍କା ନିଜର ଅପ୍‌କମିଂ ସିନେମା ‘ଦ ସ୍କାଇ ଇଜ୍‌ ପିଙ୍କ୍‌’କୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି। ଅନେକ ଦିନ ପରେ ପ୍ରିୟଙ୍କା ବଲିଉଡ୍‌କୁ କମ୍‌ବ୍ୟାକ୍‌ କରୁଛନ୍ତି। ‘ଦ ସ୍କାଇ ଇଜ୍‌ ପିଙ୍କ୍‌ସିନେମାରେ ତାଙ୍କ ସହ ଫର୍‌ହାନ୍‌ ଅଖ୍‌ତର୍ ଓ ଜାୟରା ୱସିମ୍ ଭଳି ଷ୍ଟାର ମଧ୍ୟ ଅଭିନୟରେ ଦେଖିବାକୁ ମିଳିବ। ଏହି ସିନେମାକୁ ସୋନାଲି ବୋଷ ନିର୍ଦ୍ଦେଶନା ଦେଇଛନ୍ତି। ସିନେମା ରେ ପ୍ରିୟଙ୍କା ଜାୟରାଙ୍କ ମା’ ଭୂମିକାରେ ଅଭିନୟ କରିଛନ୍ତି ।ଭାରତରେ ଏହା ଅକ୍ଟୋବର ୧୧ରେ ରିଲିଜ୍‌ ହେବ। ।