ନିର୍ଦ୍ଧାରିତ ତିଥିରେ କରନ୍ତୁ ରଥଯାତ୍ରା: ଗଜପତି

ପୁରୀ: ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ପ୍ରସ୍ତୁତି ବିବାଦରେ ମୁହଁ ଖୋଲିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଏକ ପ୍ରେସ ରିଲିଜ ଜରିଆରେ ନିଜର ପ୍ରତିକ୍ରିୟା ରଖି ଗଜପତି ମହାରାଜା କହିଛନ୍ତି ଯେ, ଶ୍ରୀଗୁଣ୍ଡିଚା ଯାତ୍ରା ସନାତନ ଶାସ୍ତ୍ର ଆଧାରିତ ପରମ୍ପରାରେ ହୋଇଥାଏ। ପ୍ରତିବର୍ଷ ଆଷାଢ ଶୁକ୍ଳ ଦ୍ୱିତୀୟା ତିଥିରେ ଗୁଣ୍ଡିଚା ଯାତ୍ରା ହୋଇଥାଏ। ତ୍ରୟୋଦଶୀ/ଚତୁର୍ଦ୍ଧଶୀରେ ମହାପ୍ରଭୁ ରତ୍ନ ସିଂହାସନ ବିଜେ କରିଥାନ୍ତି। ବିଶ୍ୱର ସବୁ ଜଗନ୍ନାଥପ୍ରେମୀ ନିର୍ଦ୍ଧାରିତ ତିଥିରେ ଘୋଷଯାତ୍ରା କରନ୍ତୁ। ଶ୍ରୀମନ୍ଦିରର ପରମ୍ପରାକୁ ଉଲ୍ଲଂଘନ କରି ପବିତ୍ର ଯାତ୍ରା କରନ୍ତୁନି ବୋଲି ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛ୍ତି।