Odisha Link
Bridging the Missing Links in Odisha

୫୦୦ ନା ୫୦୦୦

ଭୁବନେଶ୍ବର: ଦେଶ ସମେତ ରାଜ୍ୟରେ ସେପ୍ଟମ୍ବର ପହିଲାରୁ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ। ଏହି ଆଇନ ଆଳରେ ଉଭୟ ପୁଲିସ୍‌ ଓ ରାଜ୍ୟ ପରିବହନ ଅଧିକାରୀ ଗାଡ଼ି ଯାଞ୍ଚ କଡ଼ାକଡ଼ି କରିଥିଲେ। ଯାହାଫଳରେ ନିୟମ ଉଲଂଘନକାରୀଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରୁଛି ପ୍ରଶାସନ। ତାଠାରୁ ବେଶି ଚର୍ଚ୍ଚା ଜୋରିମାନା ଚାଲାଣକୁ ନେଇ। ଏବେ ସୋଶିଆଲ ମଡିଆରେ ଦୁଇଟି ଚାଲାଣ ଖୁବ୍‌ ଭାଇରାଲ ହୋଇଛି। ଯେଉଁଥିରେ ଅଙ୍କରେ ୫୦୦ ଲେଖାଯାଇଥିବା ବେଳେ ଅକ୍ଷରରେ ୫୦୦୦ ଲେଖାଯାଇଛି। ଯାହା ଏବେ ଖୁବ୍‌ ଭାଇରାଲ ହେଉଛି।

ଗତ ୮ ତାରିଖରେ କେନ୍ଦ୍ରାପଡ଼ାରେ ହୋଇଥିଲା ଚେକିଂ। ନିୟମ ଉଲଘଂନ କରିଥିବାରୁ ରାକେଶ କୁମାର ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ଦେବାକୁ ପଡ଼ିଛି ଜୋରିମାନା। ହେଲେ କେନ୍ଦ୍ରାପଡ଼ା ରାଜ୍ୟ ପରିବହନ ଅଧିକାରୀ କାଟିଥିବା ଚାଲାଣ ନମ୍ବର ୦୭୭୧୦୧୫ରେ ଚାଲାଣ କାଟିଥିବା ଅଧିକାରୀ ଜଣକ ଅଙ୍କରେ ୫୦୦ ଟଙ୍କା ଲେଖିଥିବା ବେଳେ ଅକ୍ଷରରେ ୫୦୦୦ ଟଙ୍କା ଲେଖିଛନ୍ତି। ଯାହାକୁ ନେଇ ଦ୍ବନ୍ଦ ଲାଗି ରହିଛି। ଏଭଳି ଆଉ ଏକ ଘଟଣା ସୋଶିଆଲ ମଡିିଆରେ ଘୁରି ବୁଲୁଛି।

ସମାନ ତାରିଖରେ ନିରଞ୍ଜନ ଦାସ ମଧ୍ୟ ଏପରି ସମାନ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ। ୮ ତାରିଖରେ ନୂଆ ନିୟମ ଉଲଂଘନ କରିଥିବାରୁ ନିରଞ୍ଜନ ଦାସଙ୍କୁ ଜୋରିମାନା ଦେବାକୁ ପଡ଼ିଥିଲା। ହେଲେ ୦୭୭୧୦୧୪ ଚାଲାଣ ନମ୍ବରରେ ଦେଖିବାକୁ ମିଳିଥିଲା ତ୍ରୁଟି। ଚାଲାଣଟିରେ ଅଧିକାରୀ ଜଣକ ଅଙ୍କରେ ୫୦୦ ଟଙ୍କା ଲେଖିଥିବା ବେଳେ ଅକ୍ଷରରେ ୫୦୦୦ ଟଙ୍କା ଲେଖିଛନ୍ତି। ଏହି ଦୁଇଟି ଚାଲାଣ ଏବେ ସୋଶିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

Comments are closed.