Odisha Link
Bridging the Missing Links in Odisha

ଟି-୨୦ ବିଶ୍ବକପ୍‌ ପାଇଁ ନ୍ୟୁଜିଲ୍ୟାଣ୍ଡ ଦଳ ଘୋଷଣା, ଦଳର ମଙ୍ଗ ଧରିବେ କେନ୍

ଓଏଲ୍‌ ବ୍ୟୁରୋ: ଜୁନ୍‌ ପହିଲାରୁ ଆରମ୍ଭ ହେବ ଫଟାଫଟ୍‌ କ୍ରିକେଟର ମହାକୁମ୍ଭ। ୨୦୨୪ ଟି-୨୦ ବିଶ୍ବକପ୍‌ ପାଇଁ ଆରମ୍ଭ ହୋଇ ସାରିଛି କାଉଣ୍ଟଡାଉନ୍। ଆଉ ମହାକୁମ୍ଭର ମହାମୁକାବିଲା ପାଇଁ ନ୍ୟୁଜିଲ୍ୟାଣ୍ଡ ଦଳ ଘୋଷଣା କରିଛି ଦଳ। ୧୫ ଜଣିଆ ଦଳ ଘୋଷଣା କରିଛି ନ୍ୟୁଜିଲ୍ୟାଣ୍ଡ କ୍ରିକେଟ ଟିମ୍। କେନ୍‌ ଓ୍ବିଲିୟମସନ୍‌ଙ୍କ ନେତୃତ୍ବରେ ଦଳ ବିଶ୍ବକପ୍‌ ଖେଳିବ।

୬ଷ୍ଠ ତମ ଟି-୨୦ ବିଶ୍ବକପ୍‌ ଖେଳିବେ ଓ୍ବିଲିୟମସନ୍‌। ଏଥିସହିତ ୪ର୍ଥ ଥର ପାଇଁ ଟି-୨୦ବିଶ୍ବକପ୍‌ରେ ଦଳର ନେତୃତ୍ବ ନେବେ କେନ୍। ସେହିପରି ନିଜ କ୍ୟାରିୟର ୭ମ ଟି-୨୦ ବିଶ୍ବକପ୍‌ ଖେଳିବେ ଟିମ୍‌ ସାଉଥି। ଟ୍ରେଣ୍ଟ ବୋଲ୍ଟ ମଧ୍ୟ କ୍ୟାରିୟର ୫ମ ଟି-୨୦ ବିଶ୍ବକପ୍‌ ଖେଳିବେ। ଯଦି ନ୍ୟୁଜିଲ୍ୟାଣ୍ଡ ଟିମ୍‌ ଉପରେ ନଜର ପକାଯାଏ ତେବେ ଆଣ୍ଚର୍ଯ୍ୟଜନକ ହେବାର କିଛି ନାହିଁ। କାରଣ ଆହତ କାରଣରୁ ଦଳର ଷ୍ଟାର ବୋଲର କାଏଲ ଜମିସନ୍‌ ଓ ଅଲରାଉଣ୍ଡର ଆଦାମ ମିଲନ ପୂର୍ବରୁ ବାଦ ପଡ଼ିଥିଲେ।

ସେହିପରି ଓ୍ବିଲ୍‌ ଓ ରୋରକେ, ଟମ୍‌ ଲାଥମ, ଟିମ୍‌ ସେଫରଟ ଓ ଓ୍ବିଲ ୟଙ୍ଗ ସ୍ବାଇଟ୍‌ ବଲ କ୍ରିକେଟରେ ଖରାପ ଫର୍ମ ଦେଇ ଚାଲିଥିବାରୁ ଦଳରେ ତାଙ୍କୁ ସ୍ଥାନ ମିଳିନାହିଁ। ତେବେ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଘୋଷଣା ହୋଇଥିବା ୧୫ ଜଣିଆ ଦଳରେ ୩ ଜଣ ବ୍ୟାଟସମ୍ୟାନ୍, ଜଣେ ଓ୍ବିକଟ କିପର, ୬ ଜଣ ଅଲରାଉଣ୍ଡର ଓ ୫ ଜଣ ବୋଲରଙ୍କୁ ସ୍ଥାନ ଦେଇଛି।

ବିଶ୍ବକପ୍‌ ପାଇଁ ନ୍ୟୁଜିଲ୍ୟାଣ୍ଡ ଦଳ:
କେନ୍‌ ଓ୍ବିଲିୟମସନ୍‌ (ଅଧିନାୟକ), ଫିନ୍‌ ଆଲେନ, ମାର୍କ ଚାମ୍ପମ୍ୟାନ୍, ମିଚେଲ ସାଣ୍ଟର, ଡାରିଏଲ ମିଚେଲ, ରଚିନ ରବିନ୍ଦ୍ର, ଜିମ୍‌ ନିସମ, ମିଚେଲ ବ୍ରେସଓ୍ବେଲ, ଗ୍ଲେନ୍‌ ଫିଲିପ୍ସ, ଡେଭିଓ କନଓ୍ବେ, ଟିମ୍‌ ସାଉଥି, ଇସ ସୋଢ଼ୀ, ଟ୍ରେଣ୍ଟ ବୋଲ୍ଟ, ଲକି ଫର୍ଗୁସନ୍‌, ମ୍ୟାଟ ହେନରୀ

Leave A Reply

Your email address will not be published.