Odisha Link
Bridging the Missing Links in Odisha

ପରଲୋକରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମା’

ଓଏଲ୍‌ ବ୍ୟୁରୋ: ପରଲୋକରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମା’ ମାଧବୀ ରାଜେ ସିନ୍ଧିଆ। ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା। ସିନ୍ଧିଆ ପରିବାରର ରାଜମାତା ବିଗତ କିଛି ଦିନ ହେବ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ। ଭେଣ୍ଟିଲେଟରରେ ଥିବା ମାଧବୀ ଆଜି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।ଆଜି ସକାଳ ୯ଟା ୨୮ ମିନିଟରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି।

ଦିଲ୍ଲୀରେ ନିଧନ ହୋଇଥିବା ମାଧବୀ ରାଜେ ସିନ୍ଧିଆଙ୍କ ମରଶରୀରକୁ ଅନ୍ତିମ ସଂସ୍କାର ପାଇଁ ମଧ୍ୟପ୍ରଦେଶର ଗ୍ବାଆଲିଏର ନିଆଯିବ ବୋଲି ସୂଚନା ରହିଛି। ମାଧବୀ ରାଜେ ପ୍ରାୟ ୩ ମାସ ହେବ ନିମୋନିଆ ସହ ଆଉ କିଛି ଗୁରୁତର ସମସ୍ୟା ଯୋଗୁ ଅସୁସ୍ଥ ହୋଇ ପଡ଼ିଥିଲେ। ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ତାଙ୍କ ଚିକିତ୍ସା କରାଯାଇଥିଲା। ମାତ୍ର ଅବସ୍ଥା ନ ସୁଧୁରିବାରୁ ଗତ କିଛି ଦିନ ହେବ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଇସିୟୁରେ ରଖି ତାଙ୍କ ଚିକିତ୍ସା କରାଯାଉଥିଲା। ସାରା ଦେଶରେ ନିର୍ବାଚନ ମାହୋଲ ଥିଲାବେଳେ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତିି। ଏସବୁ ସତ୍ତ୍ବେ ଜ୍ୟୋତିରାଦିତ୍ୟ ଓ ତାଙ୍କ ପତ୍ନୀ ମା’ଙ୍କୁ ଦେଖା କରିବାକୁ ଦିଲ୍ଲି ଆସନ୍ତି।

ସୂଚନାଥାଉକି, ୧୯୬୬ ମସିହାରେ ମଧ୍ୟପ୍ରଦେଶର ଗୋୱାଲିୟରର ତତ୍‌କାଳୀନ ମହାରାଜା ତଥା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପିତା ମାଧବରାଓ ସିନ୍ଧିଆ ନେପାଳର ରାଜକୁମାରୀ ମାଧବୀଙ୍କ ହାତ ଧରିଥିଲେ। ଏହାପରେ ୨୦୦୧ ମସିହାରେ ଉତ୍ତରପ୍ରଦେଶରେ ଏକ ବିମାନ ଦୁର୍ଘଟଣାରେ ମାଧବରାଓ ସିନ୍ଧିଆଙ୍କ ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.