Odisha Link
Bridging the Missing Links in Odisha

ସକାଳୁ ଅସହ୍ୟ ତାତି; ୪୦ ଡିଗ୍ରୀ ମୁହାଁ ୧୦ ସହରର ତାପମାତ୍ରା

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ବଢ଼ିବାରେ ଲାଗିଛି ତାପାମାତ୍ରା। ଗତ ୧୫ ଦିନ ଧରି ଲାଗି ରହିଛି ଅବିରତ ଅଗ୍ନିବର୍ଷା। ଆଜିବି ଅସହ୍ୟ ତାତି ଅନୁଭୂତ ହେଉଛି। ଉପକୂଳ ଠାରୁ ଉପାନ୍ତ ଯାଏଁ ଲାଗି ରହିଛି ଅସହ୍ୟ ଗ୍ରୀଷ୍ମପ୍ରବାହ। ପାଣିପାଗ ବିଭାଗ ଅନୁସାରେ, ଏବେ ତାତିରୁ ମିଳିବନି ଆଶ୍ୱସ୍ତି। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ତାତି କରିବ କଲବଲ। ଆଜି ସକାଳ ୮ଟା ୩୦ ସୁଦ୍ଧା ବାରିପଦା ସବୁଠୁ ଉତ୍ତପ୍ତ ସହର ପାଲଟିଛି।

ପାଣିପାଗ ବିଭାଗ ସୂଚନା ଅନୁସାରେ, ବାରିପଦାରେ ୩୬ ଡିଗ୍ରୀ, ବାଲେଶ୍ୱରରେ ୩୬ ଡିଗ୍ରୀ, ମାଲକାନଗିରିରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। କେନ୍ଦୁଝରରେ ୩୫ ଡିଗ୍ରୀ, ଭୁବନେଶ୍ୱରରେ ୩୩.୮ଡିଗ୍ରୀ, ଜଗତସିଂହପୁରରେ ୩୩.୪ ଡିଗ୍ରୀ, ଅନୁଗୁଳରେ ୩୩ ଡିଗ୍ରୀ, ବୌଦ୍ଧରେ ୩୩ ଡିଗ୍ରୀ, ଟିଟଲାଗଡରେ ୩୩ ଡିଗ୍ରୀ, କଟକରେ ୩୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

Leave A Reply

Your email address will not be published.