Odisha Link
Bridging the Missing Links in Odisha

ନିର୍ବାଚନ ପାଖଉଛି, ଜଣକ ପରେ ଜଣେ ଦଳ ଛାଡ଼ୁଛନ୍ତି ବିଜେପି ନେତା

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ମେ’ ୨୦ ତାରିଖରେ ହେବ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। ଗୋଟିଏ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଜଣକ ପରେ ଜଣେ ବିଜେପି ନେତା ଛାଡ଼ୁଛନ୍ତି ଦଳ। ଗତକାଲି ବିଜେପିର ବରିଷ୍ଠ ନେତ୍ରୀ ରାଧାରାଣୀ ପଣ୍ଡା ବିଜେପି ଛାଡ଼ିଥିବା ବେଳେ ଆଜି ସକାଳେ ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆରସିଂହ ବିଜେପି ଛାଡ଼ିଥିଲେ। ଆଉ ଏବେ ସଜ ସଜ ବିଜେପିରେ ମିଶିଥିବା ପୂର୍ବତନ ବିଧାୟକ ରାଜୁ ଦାସ ଆଜି ବିଜେପି ଛାଡ଼ିଛନ୍ତି। ସେ ବିଜେଡିରେ ଯୋଗ ଦେବେ ବୋଲି ସୂଚନା ରହିଛି। ପୂର୍ବରୁ ରମାରଞ୍ଜନ ଓ ରାଧାରାଣୀ ବିଜେଡିରେ ଯୋଗ ଦେଇଛନ୍ତି।

ସୂଚନାଥାଉକି, ସୋର ବିଧାନସଭା ଆସନ ପାଇଁ ପ୍ରଥମେ ରାଜୁ ଦାସଙ୍କ ନାମ ଘୋଷଣା କରିଥିଲା ବିଜେପି। ସେ ମଧ୍ୟ ନାମାଙ୍କନ ଦାଖଲ କରି ସାରିଥିଲେ। ହେଲେ ନାମାଙ୍କନ ଦାଖଲର ଶେଷ ଦିନ ପର୍ଶୁରାମ ଧଡ଼ାଙ୍କୁ ପ୍ରାର୍ଥୀ କରିଥିଲା ବିଜେପି। ଶେଷ ସମୟରେ ବିଜେପି ବିଧାନସଭା ପ୍ରାର୍ଥୀ ବଦଳାଇ ପର୍ଶୁରାମ ଧଡ଼ାଙ୍କୁ ନୂଆ ପ୍ରାର୍ଥୀ କରିଥିବା ସୂଚନା ଦେଲେ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର। ରାଜୁ ଦାସଙ୍କ ସ୍ଥାନରେ ପର୍ଶୁରାମ ଧଡା ହୋଇଥିଲେ ପ୍ରାର୍ଥୀ। ନିକଟରେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ ଧଡ଼ା।

Leave A Reply

Your email address will not be published.