Odisha Link
Bridging the Missing Links in Odisha

ମୋଦିଙ୍କ ସଂପତ୍ତି କେତେ?

ଓଏଲ୍‌ ବ୍ୟୁରୋ: ସରଗରମ ସାରା ଦେଶର ରାଜନୀତି। ପର୍ଯ୍ୟାୟ କ୍ରମେ ନିର୍ବାଚନ ଆରମ୍ଭ ହୋଇଥିବାବେଳେ ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ଏସବୁ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ନେଇ ଏଡିଆର ଓ ଓଡ଼ିଶା ଇଲେକ୍ସନ୍ ୱାଚର ରିପୋର୍ଟରେ ତଥ୍ୟ ପ୍ରକାଶ ପାଇବା ପରେ ମୋଦିଙ୍କ ସମ୍ପତିକୁ ନେଇ ବଡ ଖବର ସାମ୍ନାକୁ ଆସିଛି। ମୋଦିଙ୍କର ମୋଟ ସଂପତ୍ତି ୩ କୋଟି ୨ ଲକ୍ଷ। ମାତ୍ର ତାଙ୍କ ପାଖରେ ନାହିଁ ନିଜସ୍ୱ ଜମି, ଘର କି ଗାଡ଼ି। ବାରାଣସୀରୁ ନାମାଙ୍କନ ଦାଖଲ ବେଳେ ନିଜ ସଂପତ୍ତି ତାଲିକା ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ। ମୋଦିଙ୍କ ପାଖରେ ମୋଟ ନଗଦ ୫୨ ହଜାର ୯୨୦ ଟଙ୍କା ଅଛି। ସେହିପରି ଗାନ୍ଧୀନଗର ଷ୍ଟେଟ ବ୍ୟାଙ୍କ ଶାଖାରେ ତାଙ୍କର ୭୩ ହଜାର ୩୦୪ ଟଙ୍କା ଏବଂ ବାରାଣସୀ ଷ୍ଟେଟ ବ୍ୟାଙ୍କ ଶାଖାରେ ୭ ହଜାର ଟଙ୍କା ରହିଛି। ଏଥିସହ ଷ୍ଟେଟ ବ୍ୟାଙ୍କରେ ୨ କୋଟି ୮୫ ଲକ୍ଷ ୬୦ ହଜାର ୩୩୮ ଟଙ୍କାର ଫିକ୍ସଡ୍ ଡିପୋଜିଟ୍ ରହିଛି ବୋଲି ଦର୍ଶାଇଛନ୍ତି ପ୍ରଧାନମନ୍ତ୍ରୀ।

ଗତ ୫ ବର୍ଷ ମଧ୍ୟରେ ମୋଦି ନିଜ ଆୟର ସବିଶେଷ ସୂଚନା ମଧ୍ୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କର ୨୦୧୮-୧୯ରେ ୧୧ ଲକ୍ଷ ୧୪ ହଜାର ୨୩୦ ଟଙ୍କା, ୨୦୧୯-୨୦ରେ ୧୭ ଲକ୍ଷ ୨୦ ହଜାର ୭୬୦ ଟଙ୍କା, ୨୦୨୦-୨୧ରେ ୧୭ ଲକ୍ଷ ୭ ହଜାର ୯୩୦ ଟଙ୍କା ଇନକମ ହୋଇଛି। ସେହିପରି ୨୦୨୧-୨୨ରେ ୧୫ ଲକ୍ଷ ୪୧ ହଜାର ୮୭୦ ଏବଂ ୨୦୨୨-୨୩ରେ ୨୩ ଲକ୍ଷ ୫୬ ହଜାର ୮୦ ଟଙ୍କା ଆୟ ହୋଇଥିବା ମୋଦି ସୂଚନା ଦେଇଛନ୍ତି। ଗତ ୨୦୧୪ ଲୋକସଭା ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀଙ୍କର ମୋଟ ସଂପତ୍ତି ଥିଲା ୧ କୋଟି ୬୫ ଲକ୍ଷ ଟଙ୍କା। ପରେ ୨୦୧୯ ନିର୍ବାଚନରେ ଏହା ୨ କୋଟି ୧୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିଲା। ତେବେ ଚଳିତ ନିର୍ବାଚନରେ ୨୦୨୪ରେ ୩ କୋଟି ୨ ଲକ୍ଷ ଟଙ୍କାର ମୋଟ ସଂପତ୍ତି ଥିବା ମୋଦି ଦର୍ଶାଇଛନ୍ତି।

Leave A Reply

Your email address will not be published.