ଦୁର୍ନୀତିଗ୍ରସ୍ତଙ୍କୁ ୫-ଟି ଟ୍ରିଟମେଣ୍ଟ: ମାସକରେ ବିଦା ହେଲେ ୧୬ ଜଣ

ଭୁବନେଶ୍ବର: ମାସକରେ ବିଦା ହେଲେ ୧୬ ଜଣ ଅଧିକାରୀ। ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପଣେଇଥିବା ‘ଜିରୋ ଟୋଲେରାନ୍ସ ’ନୀତିରେ ପୁଣି ଆଜି ୧୬ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିଛନ୍ତି। ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଦୁର୍ନୀତି ଅଭିଯୋଗରେ ଏମାନେ ଦୋଷୀ ସାବ୍ୟସ୍ତ ହୋଇଥିଲେ।
ଦୁର୍ନୀତି ପ୍ରମାଣିତ ହେବା ପରେ ୫ ପ୍ରଧାନ ଶିକ୍ଷକ, ୪ ଇଞ୍ଜିନିୟରଙ୍କ ସମେତ ୧୬ ଅଧିକାରୀଙ୍କୁ ବରଖାସ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହିତ ୬ଜଣଙ୍କ ପେନସନ୍ ବନ୍ଦ କରିଛନ୍ତି ସରାକର। ଏଥିସହିତ ୨ଜଣ ରେଭନ୍ୟୁ ଇନ୍ସପେକ୍ଟର, ଜଣେ ଫାର୍ମାସିଷ୍ଟ, ଜଣେ ଅମିନ, ଜଣେ ପିଇଓ ଏବଂ ଦୁଇ ଜଣ କିରାଣୀ ରହିଛନ୍ତି।