Odisha Link
Bridging the Missing Links in Odisha

ଇର୍‌ଫାନଙ୍କର ହ୍ଵିଲ୍‌ଚେୟାରରେ ଫଟୋ ଭଇରାଲ

ଭୁବନେଶ୍ବର :ବଲିଉଡ୍‌ ଅଭିନେତା ଇର୍‌ଫାନ ଖାନ୍‌ ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ। ହ୍ଵିଲ୍‌ଚେୟାରରେ ବସି ସେ ବିମାନବନ୍ଦରରୁ ବାହାରକୁ ଆସୁିଲେ ଓ କ୍ୟାମେରାକୁ ଦେଖି ନିଜର ମୁହଁ ଲୁଚେଇ ଦେଇଥିଲେ କିନ୍ତୁ ତାଙ୍କର ମୁହଁ ଲୁଚା ଫଟୋ ଭାଇରାଲ ହୋଇଥିଲା ଏବଂ ହ୍ଵିଲ୍‌ଚେୟାରରେ ବସି ଇର୍‌ଫାନ କ’ଣ ପାଇଁ ଆସୁଛନ୍ତି ସେ କଥାର ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲେ ।

ଏବେ ଇର୍‌ଫାନ ପ୍ରକୃତ ଘଟଣା ଜଣାଇଥିଲେ ।ଇର୍‌ଫାନ ଲଣ୍ଡନରେ ଅଙ୍ଗ୍ରେଜି ମିଡିୟମର ସୁଟିଂ ସାରି ନିଜର ସର୍ଜରୀ କରାଇଥିଲେ। ନିଜର ସଫଳ ସର୍ଜରୀ ପରେ ସେ କିଛି ଦିନ ପାଇଁ ମୁମ୍ବାଇରେ ଥିବା ନିଜ ଘରକୁ ଯାଉଛନ୍ତି ଏବଂ ସେଠାରେ ସେ କିଛି ଦିନ ରହି ବିଶ୍ରାମ ନେବେ ।


ଇର୍‌ଫାନ ମାର୍ଚ୍ଚ ୨୦୧୮ରେ ନିଜ ରୋଗର ଚିକିତ୍ସା ପାଇଁ ଲଣ୍ଡନ ଯାଇଥିଲେ ଏବଂ ମାର୍ଚ୍ଚ ୨୦୧୯ରେ ମୁମ୍ବାଇ ଫେରିବା ସହ ଅପ୍ରେଲ ମାସରେ ଅଙ୍ଗ୍ରେଜି ମିଡିୟମର ସୁଟିଂ ଆରମ୍ଭ କରିଥିଲେ ।

Comments are closed.