Odisha Link
Bridging the Missing Links in Odisha

ବପାଙ୍କ ସିନେମା ଦେଖି ଡରୁଥିଲେ ଏହି ଅଭିନେତ୍ରୀ

ଭୁବନେଶ୍ବର :’ଦ ଜୋୟା ଫ୍ୟାକ୍ଟର୍’ ସିନେମାର ଅଭିନେତ୍ରୀ ସୋନମ୍ କପୁର ଏବେ ବେଶ ଚର୍ଚ୍ଚାରେ ଅଛନ୍ତି।ଏହି ସିନେମାଟି ୨୦ ତାରିଖରେ ରିଲିଜ୍ ହେବାକୁଯାଉଛି। ସିନେମାଟି ଜୋୟା ସୋଲାଙ୍କିଙ୍କ ଲିଖିତ ଉପନ୍ୟାସ ‘ଦ ଜୋୟା ଫ୍ୟାକ୍ଟର୍’ ଉପରେ ଆଧାରିତ।
ସାଉଥ୍‌ ସୁପର୍‌ଷ୍ଟାର୍ ଦୁଲ୍‌କର୍‌ ସଲ୍‌ମାନ୍‌ ଏହି ସିନେମାରେ ସୋନମ୍‌ଙ୍କ ସହିତ ଅଭିନୟ କରିଛନ୍ତି।ସଲ୍‌ମାନ୍‌ ଓ ସୋନମ୍‌ ସିନେମାର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ସିନେମାର ପ୍ରମୋସନ୍‌ ପାଇଁ ଦୁହେଁ କପିଲ୍ ଶର୍ମାଙ୍କ ଶୋ’କୁ ମଧ୍ୟ ଆସିଥିଲେ। ଏହି ଶୋ’ରେ ସୋନମ କହିଥିଲେ ଛୋଟ ବେଳେ ତାଙ୍କ ବାପା ଅନୀଲ କପୁରଙ୍କ ସିନେମାକୁ ଦେଖି ଡରି ଯାଉଥିଲେ ।

ସୋନମ୍‌ ଯେତେବେଳେ ଛୋଟ ଥିଲେ ତାଙ୍କ ବାପା ତାଙ୍କୁ ଶୁଟିଂ ସେଟ୍‌କୁ ନେଉ ନଥିଲେ। ସେଥିପାଇଁ ସିନେମା ଗୁଡିକ କିପରି ଶୁଟିଂ ହୁଏ, ସେଥିପ୍ରତି ତାଙ୍କର କୌଣସି ଧାରଣା ନଥିଲା। ଯେତେବେଳେ ତାଙ୍କ ବାପା ସିନେମା ମାଡ଼ ଖାଉଥିଲେ, ସେ ଡରି ଯାଉଥିଲେ ଓ କାନ୍ଦୁଥିଲେ ଏବଂ କାନ୍ଦି କାନ୍ଦି ବାପାଙ୍କୁ କାହିଁକି ପିଟୁଛନ୍ତି ବୋଲି ମଧ୍ୟ କହୁଥିଲେ।

ଚଳିତ ବର୍ଷ ଫେବ୍ରୁଆରୀ ମାସରେ ସୋନମ୍‌ଙ୍କ ସିନେମା ‘ଏକ୍ ଲଡ୍‌କୀ କୋ ଦେଖା ତୋ ଐସା ଲଗା’ ରିଲିଜ୍ ହୋଇଥିଲା । ଏଥିରେ ଅନୀଲ କପୁର ତାଙ୍କ ବାପାଙ୍କ ଭୂମିକାରେ ଅଭିନୟ କରିଥିଲେ।

Comments are closed.