Odisha Link
Bridging the Missing Links in Odisha

ସାହିତ୍ୟ ବହିରେ ଭୁଲ ତଥ୍ୟ ପଢୁଛନ୍ତି ଛାତ୍ରଛାତ୍ରୀ

ଭୁବନେଶ୍ୱର: ସରକାର ଶିକ୍ଷାର ଉନ୍ନତି ପାଇଁ ଅନେକ ଯୋଜନା ପ୍ରଣୟନ କରୁଛନ୍ତି। ହେଲେ ଯୋଜନା ଠିକ୍‌ ଭାବରେ କାର୍ଯ୍ୟକାରୀ ହେଉ ନଥିବା ମନେ ହୁଏ। କାରଣ ସ୍କୁଲର ଛାତ୍ରଛାତ୍ରୀଙ୍କୁ ମିଳୁଥିବା ପାଠ୍ୟପୁସ୍ତକରେ ଭୁଲ ତଥ୍ୟ ରହିଛି। ହେଲେ ଏଥିପ୍ରତି କାହାର ନଜର ନାହିଁ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ପାଠ୍ୟପୁସ୍ତକରେ ତ୍ରୁଟି ରହିଛି। ନବମ ଓ ତୃତୀୟ ଶ୍ରେଣୀର ସାହିତ୍ୟ ବହିରେ ଭୁଲ୍ ତଥ୍ୟ ଲେଖାଯାଇଛି।

ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଦ୍ୱାରା ପ୍ରକାଶିତ ତୃତୀୟ ଶ୍ରେଣୀ ସାହିତ୍ୟ ବହିର ୩୨ ନମ୍ବର ପୃଷ୍ଠାରେ ତୁଳସୀ ଦୁଇ ପତ୍ରରୁ ବାସେ ଅଧ୍ୟାୟରେ ତଥ୍ୟଗତ ଭୁଲ ରହିଛି। ଏହି ଅଧ୍ୟାୟରେ ପଠାଣି ସାମନ୍ତଙ୍କ ବାପାଙ୍କ ନାମ ଭୁଲରେ ଶ୍ୟାମ ସୁନ୍ଦର ସିଂ ଲେଖାଯାଇଛି। କିନ୍ତୁ ପ୍ରକୃତରେ ପଠାଣି ସାମନ୍ତଙ୍କ ବାପାଙ୍କ ନାମ ହେଉଛି ଶ୍ୟାମବନ୍ଧୁ ସିଂହ।

ସେହିପରି ନବମ ଶ୍ରେଣୀ ସାହିତ୍ୟ ଧାରା ବହିର ୯୫ ପୃଷ୍ଠାରେ ଭୀମଭୋଇଙ୍କୁ ସନ୍ଥକବି ବଦଳରେ ଭକ୍ତ କବି ବୋଲି ଲେଖାଯାଇଛି। ଏଥିସହିତ ୯୬ ପୃଷ୍ଠାରେ ସନ୍ଥ କବି ଅରକ୍ଷିତ ଦାସ ଲେଖାଯାଇଛି। ଯାହାକି ଭୁଲ ଅଟେ। ପାଠ୍ୟପୁସ୍ତକ ମୁଦ୍ରଣରେ ଭୁଲ କି ଅନ୍ୟ କୌଣସି କାରଣରୁ ଭୁଲ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ଅପରପକ୍ଷେ ଛାତ୍ରଛାତ୍ରୀମାନେ ଭୁଲ ତଥ୍ୟ ପଢ଼ୁଛନ୍ତି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି।

Comments are closed.