Odisha Link
Bridging the Missing Links in Odisha

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ହେଲେ ସୁବାସ ଚୌହାନ

ଭୁବନେଶ୍ବର: ବହୁ ଦିନର କଳ୍ପନା ଜଳ୍ପନା ପରେ ଆଜି ବିଜେଡି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ନାମ ଘୋଷଣା କରିଛି। ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗଦେଇଥିବା ବିଜେପି ନେତାଙ୍କ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ସୁବାସ ଚୌହାନଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଥଇଥାନ କରାଯାଇଛି। ଶ୍ରୀ ଚୌହାନ ବିଜେଡିରେ ମିଶିବା ସହ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଥିଲେ।

 ମହିଳା କାର୍ଡ, ଯୁବ ନେତା ଓ ଅଭିଜ୍ଞଙ୍କୁ ବାଦ୍‌ ଦେଇ ନୂଆକରି ଦଳକୁ ଆସିଥିବା ନେତାଙ୍କ ଉପରେ ଭରଷା କରିଛନ୍ତି ନବୀନ ପଟ୍ଟନାୟକ। ଆଗକୁ ବିଜେପୁର ଉପନିର୍ବାଚନ ଥିବାରୁ ଶ୍ରୀ ଚୌହାନଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଶ୍ରୀ ଚୌହାନ ବିଜେପୁର ଆସନରୁ ଲଢ଼ିବା ପାଇଁ ଆଗ୍ରହୀ ଥିବାବେଳେ ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦରେ ଥଇଥାନ କରାଯାଇ ବିଜେପୁରରେ ରୀତା ସାହୁଙ୍କୁ ପୁଣିଥରେ ବିଜେଡି ନିଜର ପ୍ରାର୍ଥୀ କରିବା ପ୍ରାୟତଃ ସ୍ପଷ୍ଟ ହୋଇଛି। ସୂଚନାଯୋଗ୍ୟ, କିଶୋର ମହାନ୍ତି ବ୍ରଜରାଜନଗର ବିଧାନସଭା ଆସନରୁ ପ୍ରାର୍ଥୀ ହେବା ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା।

ଏହାସହିତ ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ୪ଜଣିଆ ସମନ୍ୱୟ କମିଟି ଗଠନ କରିଛି। କମିଟିରେ ୨ଜଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ସୁଶାନ୍ତ ସିଂ ଏବଂ ଦଳର ଦୁଇ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ଓ କଳିକେଶ ନାରାୟଣ ସିଂହଦେଓଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛ।

Comments are closed.