Odisha Link
Bridging the Missing Links in Odisha

ଓଡ଼ିଆ ଝିଅ ହେଲେ ଆଲିଗଡ଼ ମୁସଲିମ୍ ୟୁନିଭର୍ସିଟିର କୁଳପତି

 

ଓଏଲ୍‌ ବ୍ୟୁରୋ: ଉତ୍ତର ପ୍ରଦେଶରେ ରହିଛି ଦେଶର ପ୍ରତିଷ୍ଠିତ ଆଲିଗଡ ମୁସଲିମ୍‌ ବିଶ୍ବବିଦ୍ୟାଳୟ। ଆଉ ସେହି ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟର ପ୍ରଥମ ମହିଳା କୁଳପତି ହେଲେ ନାଇମା ଖାତୁନ ଗୁଲରେଜ। କୁଳପତି ନିଯୁକ୍ତିରେ ମୋହର ମାରିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓ ମୁଖ୍ୟ ନିର୍ବାଚନ କମିଶନର। ସବୁଠୁ ବଡ଼ କଥା ହେଲା ମା ଖାତୁନ ଗୁଲରେଜ ଜଣେ ଓଡ଼ିଆ ଝିଅ । ତାଙ୍କ ଘର ଯାଜପୁର ଜିଲ୍ଲାରେ।

ନୂଆ କୁଳପତି ନିଯୁକ୍ତି ନେଇ ରାଷ୍ଟ୍ରପତିଙ୍କ ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ତିନିଟି ନାଁ ସୁପାରିଶ କରାଯାଇଥିଲା । ଆଦର୍ଶନ ଆଚରଣ ବିଧି ଲାଗୁ ହୋଇଥିବାରୁ ନିର୍ବାଚନ କମିଶନଙ୍କ ଅନୁମୋଦନ ପରେନାଇମା ଖାତୁନଙ୍କ କୁଳପତି ଭାବରେ ନିଯୁକ୍ତି ମିଳିଛି । ସେ ଏହି ପଦରେ ୫ ବର୍ଷ ରହିବେ। ସ୍ୱାମୀ ତଥା ପ୍ରୋ ଭାଇସ-ଚାନଲେସର ପ୍ରଫେସର ମହମ୍ମଦ ଗୁଲରେଜଙ୍କଠାରୁ କାର୍ଯ୍ୟଭାର ସମ୍ଭାଳିଛନ୍ତି ନାଇମା ଖାତୁନ।

Leave A Reply

Your email address will not be published.