Odisha Link
Bridging the Missing Links in Odisha

ଓଡ଼ିଶା ନିର୍ବାଚନ: ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା କଂଗ୍ରେସ

 

ଭୁବନେଶ୍ବର: : ସବୁଠି ନିର୍ବାଚନୀ ତାତି। ସାରା ରାଜ୍ୟରେ ଆରମ୍ଭ ହୋଇଗଲାଣି ପ୍ରଚାର ପର୍ବ। ସବୁ ଦଳ ନିଜର କଳ, ବଳ ଓ କୌଶଳ ଖଟାଇ ଆରମ୍ଭ କଲେଣି ପ୍ରଚାର। ରାଜ୍ୟର ତିନି ରାଜନୈତିକ ଦଳର ଶୀର୍ଷ ନେତୃତ୍ୱଙ୍କ ହାଇଭୋଲଟେଜ୍‌ ପ୍ରଚାର ଏବେ ଆରମ୍ଭ ହୋଇଗଲାଣି। ବିଜେଡି, ବିଜେପି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପୂର୍ବରୁ ଘୋଷଣା କରି ସାରିଥିବା ବେଳେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି।

ଷ୍ଟାର ପ୍ରଚାରକ ତାଲିକାରେ ସୋନିଆ ଗାନ୍ଧୀ , ରାହୁଲ ଗାନ୍ଧୀ , ପ୍ରିୟଙ୍କା ଗାନ୍ଧୀ , ମଲ୍ଲିକାର୍ଜୁନ ଖଡଗେ, ରେବନ୍ତ ରେଡ୍ଡୀ, ଭୂପେଶ ବଘେଲ, ସଚିନ ପାଇଲଟ ରହିଛନ୍ତି। ଅଳକା ଲାମ୍ବା, କହ୍ନେୟା କୁମାର, ମିନାକ୍ଷୀ ନଟରାଜନ ମଧ୍ୟ ତାଲିକାରେ ସାମିଲ ରହିଛନ୍ତି। ସେହିପରି ଶରତ ପଟ୍ଟନାୟକ, ନରସିଂହ ମିଶ୍ର, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଶ୍ରୀକାନ୍ତ ଜେନା ପ୍ରମୁଖ ଷ୍ଟାର ପ୍ରଚାରତ ତାଲିକାରେ ସ୍ଥାନ ପାଇଛନ୍ତି।

କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ କିଏ ସ୍ଥାନ ପାଇଛି ଜାଣନ୍ତୁ:

Leave A Reply

Your email address will not be published.