Odisha Link
Bridging the Missing Links in Odisha

ଚଳନ୍ତା ବସରେ ଲାଗିଲା ନିଆଁ: ଗଲାଣି ୧୦ ଜୀବନ, ୨୪ ଗୁରୁତର

ଓଏଲ୍‌ ବ୍ୟୁରୋ: ହରିୟାଣାରେ ଭୟଙ୍କର ବସ୍‌ ଦୁର୍ଘଟଣା। ଗତକାଲି ରାତିରେ ହରିୟାଣାର ନୁହରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଚଳନ୍ତା ବସ୍‌ରେ ନିଆଁ ଲାଗିବାରୁ ୮ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୨୪ ଜଣ ଗୁରୁତର ଆହତ ହୋଇଛନ୍ତି। ଚିତି ଶୁକ୍ରବାର ରାତି ପ୍ରାୟ ଦେଢ଼ଟା ବେଳେ ଏହି ଅଘଟଣ ଘଟିଥିଲା।

ମିଳିଥିବା ସୂଚନା ମୁତାବକ, ୬୦ ଜର ଯାତ୍ରୀଙ୍କୁ ଧରି ବସ୍‌ଟି ଯାଉଥିବା ବେଳେ ନୁହର ତାବଡ ଉପମଣ୍ଡଳ ସୀମାରେ ହଠାତ୍‌ ବସ୍‌ରେ ନିଆଁ ଲାଗି ଯାଇଥିଲା।ବସ୍‌ରେ ଥିବା ଅଧିକାଂଶ ଲୋକ ଧାର୍ମିକ ସ୍ଥଳ ଦର୍ଶନ ସାରି ଫେରୁଥିଲେ। ଏହି ଦୁର୍ଘଟଣାରେ ୮ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି। ଚିକିତ୍ସାଧିନ ଅବସ୍ଥାରେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏହି ଦୁର୍ଘଟଣାରେ ମୃତକମାନେ ପଞ୍ଜାବ ଓ ଚଣ୍ଡିଗଡ଼ର ବାସିନ୍ଦା ବୋଲି ଜଣାଯାଇଛି। ସେମାନେ ବୃନ୍ଦାବନ ଓ ମଥୁରାରୁ ଦର୍ଶନ ସାରି ଫେରୁଥିଲେ।

ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ବହୁ ଘଣ୍ଟାର ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇଥିଲେ। ଏହାପରେ ଗାଡ଼ି ଭିତରୁ ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

Leave A Reply

Your email address will not be published.