Odisha Link
Bridging the Missing Links in Odisha

ଅଂଶୁଘାତରେ ଶିକାର ବିଜୟ ପଟ୍ଟନାୟକ, ଫେରି ଆସିଲେ ଭୁବନେଶ୍ବର

ଓଏଲ୍‌ ବ୍ୟୁରୋ: କଂଗ୍ରେସର ବରିଷ୍ଠ ନେତା ବିଜୟ ପଟ୍ଟନାୟକ ଅସୁସ୍ଥ। ପାରଳାଖେମୁଣ୍ଡି ବିଧାନସଭା ପ୍ରାର୍ଥୀ ପ୍ରଚଣ୍ଡ ଖରାରେ ପ୍ରଚାର କରିବା ଯୋଗୁ ତାଙ୍କୁ ଅଂଶୁଘାତ ହୋଇଥିଲା। ଏଥିସହିତ ତାଙ୍କର ୟୁରିନ ଇନଫେକ୍ସନ ହୋଇଛି। ତେଣୁ ପ୍ରଚାର କାର୍ଯ୍ୟ ଛାଡ଼ି ଚିକିତ୍ସିତ ହେବାକୁ ଓ ବିଶ୍ରାମ ନେବାକୁ ସେ ଭୁବନେଶ୍ୱର ଫେରି ଆସିଛନ୍ତି। ଏନେଇ ସୋସିଆଲ ମିଡିଆରେ ବିଜୟ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଶ୍ରୀ ପଟ୍ଟନାୟକ ସୂଚନା ଦେଇ କହିଛନ୍ତି, ଅଂଶୁଘାତ ଓ ୟୁରିନାରୀ ଟ୍ରାକ୍ଟ ଇନ୍‌ଫେକ୍ସନ ଯୋଗୁ ଚିକିତ୍ସିତ ହେବାକୁ ଓ ବିଶ୍ରାମ ନେବାକୁ ସେ ବାଧ୍ୟ ହୋଇ ଭୁବନେଶ୍ୱର ଫେରି ଆସିଛି। ତେବେ ଏହା ସାମୟିକ। ସେ ପ୍ରଚାରକୁ ଫେରିବା ପାଇଁ ଲକ୍ଷ୍ୟ ରଖିଥିବା ଯୋଗୁ ଲୋକଙ୍କ ପ୍ରାର୍ଥନା ଓ ସହଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି।

Leave A Reply

Your email address will not be published.