Odisha Link
Bridging the Missing Links in Odisha

ମେ’ ୨୦ରେ ନିର୍ବାଚନ: ଆଜି ସରିବ ପ୍ରଚାର

ଓଏଲ୍‌ ବ୍ୟୁରୋ: ୫ମ ପର୍ଯ୍ୟାୟରେ ପହଁଞ୍ଚିଲାଣି ଗଣତନ୍ତ୍ରର ମହାପର୍ବ। ଦେଶରେ ହେଉଥିବା ଲୋକସଭା ନିର୍ବାଚନର ୫ମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଶେଷ ହେବ ପ୍ରଚାର। ଆସନ୍ତା ୨୦ ତାରିଖରେ ହେବ ଭୋଟ୍ ଗ୍ରହଣ। ତେଣୁ ଆଜି ଶେଷ ଦିନରେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିବେ ବିଭିନ୍ନ ରାଜନୈତିକ ଦଳ। ୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଲୋକସଭା ସିଟ୍ ପାଇଁ ପଞ୍ଚମ ପର୍ଯ୍ୟାୟରେ ମତଦାନ ହେବ।

୫ମ ପର୍ଯ୍ୟାୟରେ ମୋଟ୍ ୬୯୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ରହୁଛି। ବିହାରର ୫ , ଜାମ୍ମୁ କାଶ୍ମୀରର ୧ , ଝାରଖଣ୍ଡର ୩, ଲଦାଖର ୧, ମହାରା​‌ଷ୍ଟ୍ରର ୧୩, ଉତ୍ତର ପ୍ରଦେଶର ୧୪ ଆସନ। ସେହିପରି ପଶ୍ଚିମବଙ୍ଗର ୭ ଆସନ ସମେତ ଓଡିଶାର ୫ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ ହେଭିଓ୍ବେଟ୍ ଙ୍କ ମଧ୍ୟରେ ରହିଛନ୍ତି ଉତ୍ତର ମୁମ୍ବାଇରୁ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ, ମୁମ୍ବାଇ ନର୍ଥ ସେଣ୍ଟରରୁ ବିଜେପି ପ୍ରାର୍ଥୀ ଉଜ୍ଜଲ ନିକମ୍ , କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧୀ , ବିଜେପିର ରାଜନାଥ ସିଂ, ସ୍ମୃତି ଇରାନୀ ଭଳି ନେତା ଅଛନ୍ତି।

ଯଦି ଆମେ ଓଡ଼ିଶା କଥା କହିବା ତେବେ ରାଜ୍ୟରେ ମେ’ ୨୦ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବ। ଏଥିପାଇଁ ଆଜି ସରୁଛି ପ୍ରଚାର। ଶେଷଦିନରେ ତିନି ପ୍ରମୁଖ ଦଳ ପ୍ରଚାରକୁ ଜୋରଦାର କରିବେ। ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଦୀପ ପୁରୋହିତ, ସଙ୍ଗୀତା ସିଂଦେଓ, ଜୁଏଲ ଓରାମ, ଅଚ୍ୟୁତ ସାମନ୍ତ, ବିକ୍ରମ କେଶରୀ ଆରୁଖ, ସୁଶାନ୍ତ ସିଂ, କଳିକେଶ ସିଂଦେଓ, ନିରଂଜନ ପୂଜାରୀ, ପଦ୍ମନାଭ ବେହେରା, ପ୍ରଦୀପ ଅମାତଙ୍କ ଭଳି ହେଭିୱେଟ ଅଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ୫ ସଂସଦୀୟ କ୍ଷେତ୍ର ଏବଂ ତତ୍ ଅଧୀନରେ ଆସୁଥିବା ୩୫ ବିଧାନସଭା ଆସନରେ ମତଦାନ ହେବ।

Leave A Reply

Your email address will not be published.