Odisha Link
Bridging the Missing Links in Odisha

ଟ୍ରାଫିକ୍‌ ନିୟମକୁ ମଇଁଷିଙ୍କ ଡ଼ର!

ଭୁବନେଶ୍ବର: ଟ୍ରାଫିକ ସେଚତନାତ ପାଇଁ ସାଧାରଣ ଲୋକଙ୍କୁ ସଚେତନ କରୁଛନ୍ତି ସରକାର। ହେଲେ ଟ୍ରାଫିକ୍‌ ନିୟମକୁ ପାଳନ ନ କରି ତଣ୍ଡ ଗଣୁଛନ୍ତି ସାଧାରଣ ଜନତା। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ରାଜଧାନୀର ପଶୁ ମାନେ ପାଳନ କରୁଛନ୍ତି ଟ୍ରାଫିକ୍‌ ନିୟମ। ଏପରି ଏକ ମଜାଦାର ଦୃଶ୍ୟ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଟ୍ରାଫିକ୍ ନିୟମକୁ କିଭଳି ପାଳନ କରୁଛନ୍ତି ପଶୁ ଦେଖିପାରିବେ ଏହି ଫଟୋରେ। ମଇଁଷି ହେଲେ ବି ସେମାନେ କେମିତି ନିୟମ କାନୁନଙ୍କୁ ସମ୍ମାନ ଦିଅନ୍ତି ତା’ର ଏକ ଚିତ୍ର ରାଜଧାନୀ ଭୁବନେଶ୍ୱରରୁ ଆସିଛି। ଯାହାକୁ ନେଇ ଫଟୋ ସହ ଏକ ଲେଖା ଫେସ୍‌ବୁକ୍‌ରେ ପୋଷ୍ଟ କରିଛନ୍ତି ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ।

ସେଥିରେ ସେ ଲେଖିଛନ୍ତି ଯେ, ଭୁବନେଶ୍ୱରର ଜାଭିୟର ଛକରେ ମଇଁଷିମାନେ କେମିତି ଅତି ଧୈର୍ଯ୍ୟର ସହ ଅପେକ୍ଷା କରିଛନ୍ତି। ଏମିତି ମଇଁଷି ଗୁଡ଼ିକ ଜେବ୍ରା କ୍ରସିଂକୁ ମଧ୍ୟ ଛୁଇଁ ନାହାନ୍ତି। ଏଥିସହିତ ସେଥିରେ ସେ ଆଉ ପଦେ ଲେଖିଛନ୍ତି ଯେ, ବୋଧ ହୁଏ କେହି ସେମାନଙ୍କୁ(ମଇଁଷିମାନଙ୍କୁ) କହିଦେଇଛି ଯେ, କେବଳ ମଣିଷମାନେ ହିଁ ଜେବ୍ରା କ୍ରସିଂ ଛୁଅଁନ୍ତି। ଏହି ପଶୁମାନଙ୍କଠାରୁ ମଣିଷମାନେ କେବେ ଶିଖିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ତେବେ ମଇଁଷିମାନଙ୍କର ଏହି ଶୃଙ୍ଖଳିତ ଚରିତ୍ର ସେଇମାନଙ୍କ ପାଇଁ ଏକ ଉଚିତ୍ ଶିକ୍ଷା, ଯେଉଁ ମଣିଷ ବାରମ୍ବାର ଟ୍ରାଫିକ୍‌ ନିୟମ ଭାଙ୍ଗି ନିଜକୁ ଖୁବ୍‌ ବୁଦ୍ଧିମାନ ବୋଲି ମନେ କରନ୍ତି।

Comments are closed.