ପୁଣି ବିଜେଡିରେ ଦାମଙ୍କ ଝିଅ
![](https://www.odishalink.com/wp-content/uploads/2019/09/BJD-2.jpg)
ଭୁବନେଶ୍ୱର: ପୁରୁଣା ଘରକୁ ଫେରିଛନ୍ତି ବରିଷ୍ଠ ବିଜେପି ନେତା ଦାମ ରାଉତଙ୍କ ଝିଅ। ନିର୍ବାଚନ ପରେ ବିଜୁ ଜନତା ଦଳକୁ ଫେରିଛନ୍ତି ଦାମୋଦର ରାଉତଙ୍କ ଝିଅ ତଥା ପୂର୍ବତନ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ। ସାଧାରଣ ନିର୍ବାଚନ ପୂର୍ବରୁ ତଥା ଗତ ମାର୍ଚ୍ଚ ୧୬ରେ ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ। ଏବେ ବିଜେଡ଼ିର ସଭ୍ୟ ସଂଗ୍ରହ ଅଭିଯାନ ଚାଲିଛି। ଆଉ ଏଥିରେ ସାମିଲ ହୋଇଛନ୍ତି ପ୍ରୀତିନନ୍ଦା। ଫଳରେ ଘରବାହୁଡ଼ା କରିଛନ୍ତି ପ୍ରୀତିନନ୍ଦା। ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ଉପସ୍ଥିତିରେ ସେ ବିଜେଡ଼ିର ସଦସ୍ୟ ହୋଇଛନ୍ତି।
ଦାମ ରାଉତଙ୍କୁ ବିଜେଡ଼ି ଦଳରୁ ବହିଷ୍କାର କରିଥିଲା। ପରେ ଡାକ୍ତର ରାଉତ ବିଜେପିରେ ଯୋଗ ଦେଇଥିଲେ। ତେବେ ତାଙ୍କ ପୁଅ ଓ ଝିଅ ବିଜେଡ଼ିରେ ରହିଥିବାରୁ ଅନେକ ଦାମଙ୍କୁ କଟାକ୍ଷ କରୁଥିବା ଦେଖିବାକୁ ମିଳିଥିଲା । ତେବେ ପ୍ରୀତିନନ୍ଦା ଟିକେଟ ଆଶାୟୀ ଥିଲେ ବି ତାଙ୍କୁ ଟିକେଟ ମିଳିବାର ସମ୍ଭାବନା ନଥିବାରୁ ସେ ବିଜେଡ଼ିରୁ ଇସ୍ତଫା ଦେଇଥିଲେ। ପରେ ସେ ସ୍ୱାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ପରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଥିଲେ। ଗତ ମାର୍ଚ୍ଚରୁ ଏଯାବତ ପ୍ରୀତିନନ୍ଦା କୌଣସି ଦଳରେ ଯୋଗ ନଦେଇ ସାମାଜିକ କାର୍ଯ୍ୟରେ ନିଜକୁ ଜଡ଼ିତ ରଖିଥିଲେ।
Comments are closed.