Odisha Link
Bridging the Missing Links in Odisha

ରାଜୀବ କୁମାରଙ୍କ ଘରେ ସିବିଆଇ ଚଢାଉ

କୋଲକାତା: ନିଖୋଜ ଆଇପିଏସ୍‌ ରାଜୀବ କୁମାରଙ୍କ ଘରେ ଆଜି ସିବିଆଇ ଚଢ଼ାଉ କରିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ରାଜୀବ କୁମାରଙ୍କ ୫ଟି ଠିକଣାରେ ଚଢ଼ଉ କରିଛି। ଏହା ପୂର୍ବରୁ ଆଜି ଆଇପିଏସ୍‌ ଅଫିସର୍‌ଙ୍କ ମେସ୍‌ରେ ମଧ୍ୟ ଚଢ଼ଉ ହୋଇଥିଲା। ରାଜୀବଙ୍କ ନାମରେ ଶାରଦା ଚିଟ୍‌ଫଣ୍ତ ମାମଲାରେ ସଂପୃକ୍ତ ଥିବା ଅଭିଯୋଗ ଆସିଥିବାବେଳେ ବର୍ତ୍ତମାନ ସିବିଆଇ ତାଙ୍କୁ ଗିରଫ କରିବାକୁ ପୂରା ଦମ୍‌ ଲଗାଇ ଦେଇଛି।

ସିବିଆଇ ପକ୍ଷରୁ ଜଣେ ଅଧିକାରୀ କହିଛନ୍ତି, ସେ ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ଆମେ ଖୋଜି ବାହାର କରିବୁ। ତାଙ୍କ ଅବସ୍ଥିତି ବର୍ତ୍ତମାନ ଯାଏ ଜଣାପଡ଼ିନାହିଁ। ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ୧୪ ଜଣ ସିବିଆଇ ଅଧିକାରୀ କୋଲକାତା ପହଞ୍ଚିଛନ୍ତି। ପୂର୍ବତନ ପୁଲିସ୍‌ କମିଶନର ରାଜୀବ କୁମାରଙ୍କୁ ଖୋଜି ବାହାର କରିବା ପାଇଁ ଏକ ନୂଆ ଟିମ୍‌ରେ ଏମାନଙ୍କୁ ସାମିଲ କରାଯାଇଥିଲା। ରାଜୀବ ଲଗାତାର ୩ଟି ସମନ୍‌ର ଉତ୍ତର ନଦେବାରୁ ଏହି ଟିମ୍‌ ଗଠନ କରାଯାଇଥିଲା।

ସିବିଆଇ ରାଜୀବଙ୍କ ବିରୋଧରେ ଜାମିନ୍‌ ବିହୀନ ଗିରଫ ପରୱାନା ପାଇଁ କୋର୍ଟ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି। ସିବିଆଇର ଜଣେ ଅଧିକାରୀ କହିଛନ୍ତି, ଆମେ ପଶ୍ଚିମବଙ୍ଗ ଡିଜିପିଙ୍କୁ ଚିଠି ଲେଖିବା ପରେ ରାଜୀବଙ୍କ ଓକିଲଙ୍କୁ ମଧ୍ୟ ଚିଠି ଲେଖି ତଦନ୍ତରେ ସାମିଲ ହେବାକୁ ଲେଖିଥିଲୁ। କିନ୍ତୁ ସେ ଏହାର ଉତ୍ତର ନଦେବାରୁ ଆମେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛୁ।

Comments are closed.