Odisha Link
Bridging the Missing Links in Odisha

ଜେନାପୁର ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ପାଇଁ ଅନଶନ

ଯାଜପୁର: ଯାଜପୁର ଜିଲ୍ଲା ଜେନାପୁର ଡାକ୍ତରଖାନାରେ ଦେଖା ଦେଇଥିବା ଅବ୍ୟବସ୍ଥା ପ୍ରତିବାଦରେ ଯାଜପୁର ଜିଲାପାଳଙ୍କ ଅଫିସ ସମ୍ମୁଖରେ ବଣମଲି ସାହିତ୍ୟ ଓ ସେବା ସଂଗଠନ ପକ୍ଷରୁ ବୁଧବାର ଆମରଣ ଅନଶନ କରାଯାଇଛି। ଏହି ଡାକ୍ତରଖାନାରେ ଆଖପାଖ ଅଞ୍ଚଳର ୭ଟି ପଞ୍ଚାୟତର ୩୦ ହଜାରରୁ ଉର୍ଦ୍ଧ୍ବ ଗ୍ରାମବାସୀ ନିର୍ଭର କରିଥାନ୍ତି। ଆଜି ପର୍ଯ୍ୟନ୍ତ ଏହି ଡାକ୍ତରଖାନାରେ ଜଣେ ହେଲେବି ଡାକ୍ତର ନିଯୁକ୍ତି ହୋଇନାହାନ୍ତି। ଯାହା ଫଳରେ ଏଠାକାରଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ପୂର୍ବରୁ ବହୁବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏ ବିଷୟରେ ଅବଗତ କରାଇଥଲେ ମଧ୍ୟ କୌଣସି ସୁଫଳ ମିଳି ପାରି ନାହିଁ। ଏହାର ପ୍ରତିବାଦରେ ସଂଗଠନର ସଭାପତି ନିର୍ମାଲ୍ୟ କୁମାର ପ୍ରଧାନଙ୍କ ନେତୃତ୍ୟରେ ୫୦ରୁ ଉର୍ଦ୍ଧ୍ବ ଗ୍ରାମାବାସୀମାନେ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜିଲାପାଳଙ୍କ ଅଫିସ ସମୂଖରେ ଆମରଣ ଅନଶନରେ ବସିଛନ୍ତି। ଦାବି ପୂରଣ ନହେବା ଯାଏ ଅନଶନ ଜାରି ରହିବ ବୋଲି ଗ୍ରାମବାସୀ ଚେତାବନି ଦେଇଛନ୍ତି ।

Comments are closed.