Odisha Link
Bridging the Missing Links in Odisha

‘ଗ୍ଲୋବାଲ୍‌ ଗୋଲ୍‌କିପର୍‌ ସମ୍ମାନ’ରେ ସମ୍ମାନିତ ହେଲେ ମୋଦି

ନୂଆଦିଲ୍ଲୀ: ‘ଗ୍ଲୋବାଲ୍‌ ଗୋଲ୍‌କିପର୍‌ ଆଓ୍ଵାର୍ଡ’ ପାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ବଚ୍ଛ ଭାରତ ଅଭିଯାନ ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଲ୍‌ ଗେଟସ୍‌ ଏବଂ ମେଲିଣ୍ଡା ଗେଟସ୍‌ ଫାଉଣ୍ଡେସନ୍‌ ତରଫରୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ନ୍ୟୁୟର୍କ ଠାରେ ବିଲ୍‌ ଗେଟ୍‌ସ୍‌ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି।

ସମ୍ମାନ ଗ୍ରହଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପରିଚ୍ଛନ୍ନତା ଅଭିଯାନ ସଫଳ କରାଇବାରେ ଯେଉଁ ୧୩୦ କୋଟି ଭାରତୀୟଙ୍କର ଅବଦାନ ରହିଛି ସେମାନଙ୍କୁ ମୁଁ ଏହି ସମ୍ମାନ ଉତ୍ସର୍ଗ କରୁଛି। ଏଥିସହ ସେ କହିଛନ୍ତି ଯେ, ଏ ସମ୍ମାନ ମୋର ନୁହେଁ, ଏ ହେଉଛି କୋଟି କୋଟି ଭାରତୀୟଙ୍କର ଯେଉଁମାନେ କେବଳ ସ୍ୱଚ୍ଛ ଭାରତ ସ୍ୱପ୍ନକୁ ସାକାର କରିନାହାନ୍ତି, ବରଂ ସେମାନଙ୍କ ଜୀବନର ଦୈନନ୍ଦିନ ଜୀବର ଅଂଶବିଶେଷ କରିପାରିଛନ୍ତି।

ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜନ୍ମବାର୍ଷିକୀରେ ଏହି ସମ୍ମାନ ଗ୍ରହଣ କରିବା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ଆଜିକାଲି କୌଣସି ଦେଶରେ ଏ ପ୍ରକାର ଅଭିଯାନ କଥା ଶୁଣାଯାଇନି କି, ଦେଖିବାକୁ ମିଳିନାହିଁ। ଏ ଅଭିଯାନ ଆମ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିଲା, କିନ୍ତୁ ନେତୃତ୍ୱ ନେଇଥିଲେ ନିଜେ ଜନତା। ଫଳରେ ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ୧୧ ନିୟୁତ ଶୌଚାଳୟ ନିର୍ମିତ ହୋଇଛି। ୨୦୧୪ ପୂର୍ବରୁ ଗ୍ରାମୀଣ ପରିମଳ ୪୦%ରୁ କମ୍‌ ଥିବାବେଳେ ଆଜି ତାହା ପ୍ରାୟ ୧୦୦% ହୋଇ ପାରିଛି। ମୋର ବିଶ୍ୱାସ ସ୍ୱଚ୍ଛ ଭାରତ ଅଭିଯାନର ସଫଳତା କୌଣସି ସଂଖ୍ୟା ଠାରୁ ବି ଊର୍ଦ୍ଧ୍ୱରେ।

Comments are closed.