Odisha Link
Bridging the Missing Links in Odisha

ଆଜିଠୁ ବଢ଼ିଲା ଓମଫେଡ କ୍ଷୀର ଦର

ଭୁବନେଶ୍ବର: ସାରା ରାଜ୍ୟରେ ଆଜିଠୁ ବଢ଼ିଲା ଓମଫେଡ କ୍ଷୀର ଦର। ଗତକାଲି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଲିଟର ପିଛା ୪ ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ଓମ୍‌ଫେଡ ଲିଟର ପିଛା ପୂର୍ବରୁ ୪୦ ଟଙ୍କା ଥିବା ବେଳେ ଏବେ ତାହା ୪୪ ଟଙ୍କାରେ ପହଞ୍ଚିଛି। ସେହିପରି ଟୋନ୍ଡ କ୍ଷୀର ଲିଟର ପିଛା ୩୮ ଟଙ୍କା ହୋଇଛି।

କ୍ଷୀର ଏକ ଜରୁରୀ ଖାଦ୍ୟ ପଦାର୍ଥ ହୋଇଥିବା ବେଳେ ଏହାର ଦର ବୃଦ୍ଧିକୁ ଖାଉଟିମାନେ ସହଜରେ ହଜମ କରି ପାରୁ ନାହାନ୍ତି। ଅପରପକ୍ଷେ ଓମଫେଡ କ୍ଷୀର ଦରର ବୃଦ୍ଧିକୁ ନେଇ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଜଣେ ଗ୍ରାହକ କହିଛନ୍ତି,“ରୋଗୀଠାରୁ ଭୋଗୀ ପର୍ଯ୍ୟନ୍ତ ସମସ୍ତଙ୍କର କ୍ଷୀରର ଆବଶ୍ୟକତା ରହିଛି। ସରକାର ହଠାତ୍‌ ଏତେ ଟଙ୍କା କ୍ଷୀର ଦର ବଢ଼ାଇବା ଦ୍ୱାରା ଏହା ଗ୍ରାହକଙ୍କୁ ବାଧୁଛି। ହଠାତ୍‌ କ୍ଷୀର ଦର ୪ ଟଙ୍କା ବଢ଼ାଇବା ଘଟଣାକୁ ରାଜ୍ୟ ସରକାରଙ୍କ ଅପରଗତା ବୋଲି କୁହାଯିବ।”

ଅପରପକ୍ଷେ ଆଉ ଜଣେ ଗ୍ରାହକ କହିଛନ୍ତି ଯେ, ଲୋକେ ୧୫ଟଙ୍କା ଦେଇ ସିଗାରେଟ ଟାଣି ପାରୁଛନ୍ତି ହେଲେ କ୍ଷୀର ପିଇବାକୁ ଆଉ ୪ଟଙ୍କା ଅଧିକ ଦେଲେ କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି।

Comments are closed.