ମନ୍ କି ବାତ୍: ‘ଭାରତ୍ କି ଲକ୍ଷ୍ମୀ’ ପାଳନ କରିବା ପାଇଁ କହିଲେ ମୋଦି

ନୂଆଦିଲ୍ଲୀ: ପ୍ରତ୍ୟେକ ମାସର ଶେଷ ରବିବାର ପରି ଏଥର ମଧ୍ୟ ବହୁ ଚର୍ଚ୍ଚିତ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧି୍ତ କରିଛନ୍ତି। ମନ୍ କି ବାତ୍ ରେ ମୋଦି ପ୍ରଥମେ ସୁର ସମ୍ରାଜ୍ଞୀ ଲତା ମଙ୍ଗେସ୍କରଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି। ଗତ କାଲି ଲତାଜୀଙ୍କର ୯୦ ତମ ଜନ୍ମଦିନ ଅବସରରେ ମୋଦି ଜଣାଇଲେ ଶୁଭେଚ୍ଛା। ମୋଦି ଲତାଙ୍କୁ ଭୁୟସୀ ପ୍ରଶଂସା କରିବା ସହ ଲତାଙ୍କ ଆଶୀର୍ବାଦ ଏବଂ ଭଲପାଇବା କାମନା କରିଛନ୍ତି।
ଏହାପରେ ମୋଦି ନବରାତ୍ରୀ ମହୋତ୍ସବ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୋଦି କହିଛନ୍ତି ଯେ, ଏହି ନବରାତ୍ରୀରେ ଆମେ ଅଭାବରେ ଖୁସି ବାଣ୍ଟିବା ପାଇଁ ସଙ୍କଳ୍ପ ନେବା ବୋଲି ମୋଦି ଆାହ୍ୱାନ ଦେଇଛନ୍ତି। ଏଥିସହିତ ଘରର ଲକ୍ଷ୍ମୀ ରୂପରେ ଆମେ ଝିଅ ମାନଙ୍କୁ ମାନିଥାଉ। ଝିଅ, ବୋହୂଙ୍କୁ ସମ୍ମାନ କରିବାକୁ ମୋଦି ମନ୍ କି ବାତ୍ ରେ କହିଛନ୍ତି। ତେଣୁ ସେଲଫି ଓ୍ୱିଇଥ୍ ଡଟର ଭଳି ଭାରତ କୀ ଲକ୍ଷ୍ମୀ ଆରମ୍ଭ କରିବାକୁ ଦେଶ ବାସୀଙ୍କୁ କହିଛନ୍ତି।
ଏଥିସହିତ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ପୁସ୍ତକ ପଠନ ମନୋଭାବକୁ ଆହୁରି ବିକଶିତ କରିବାକୁ ଆୱାନ ଦେଇଛନ୍ତି ମୋଦି। ତମାଖୁସେବନର ଭୟାଭହତା ସମ୍ପର୍କରେ ବୁଝାଇବେକୁ ଯାଇ ମୋଦି କହିଛନ୍ତି ଯେ, ଇ- ସିଗାରେଟ୍ ଭାରତ ବ୍ୟାନ୍ କରିଛି ତେଣୁ ଇ- ସିଗାରେଟ୍ର ଭୟାବହତା ନେଇ ସମସ୍ତେ ସଚେତନ ହେବା ଜରୁରୀ। ଯୁବପିଢୀକୁ ଯେପରି ନିଶା ବରବାଦ୍ କରିବନି ସେଥିପ୍ରତି ସଜାଗ ରହିବାକୁ ମୋଦି ମନ୍କୀ ବାତ୍ରେ ସଜାଗ୍ କରାଇଛନ୍ତି।