Odisha Link
Bridging the Missing Links in Odisha

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍

ଭଦ୍ରକ: ଭଦ୍ରକ-ଧାମରା ରେଳପଥର ପାଳିଆର ଜିଝାରପୁର ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇ ଯାଇଛି। ଟ୍ରେନ୍‌ଟି ଧାମରାରୁ କୋଇଲା ବୋଝେଇ କରି ଭଦ୍ରକ ଅଭିମୁଖେ ଆସୁଥିଲା। ଏହି ସମୟରେ ଜିଝାରପୁର ନିକଟରେ ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇ ଯାଇଛି। ଟ୍ରାକ୍‌ରୁ ୭ଟି ବଗି ଖସିଯାଇଥିବା ବେଳେ ଦୁଇଟି ବଗି ସଂପୂର୍ଣ୍ଣ ଓଲଟି ପଡ଼ିଛି। କିଛି ବଗିରୁ ଚକ ମଧ୍ୟ ବାହାରି ପଡ଼ିଛି।

Comments are closed.